Aditya L1: ସେଲଫି ନେଲା ଆଦିତ୍ୟ L1, ଏମିତି ଦେଖାଯାଉଛି ପୃଥିବୀ ଓ ଚନ୍ଦ୍ର

By ETV Bharat Odisha Team

Published : Sep 7, 2023, 12:52 PM IST

thumbnail

ହାଇଦ୍ରାବାଦ: ସଫଳତା ସହ ଆଗେଇ ଚାଲିଛି ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ L1 । ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ1 ସେଲଫି ନେଇଛି । L1 ପଏଣ୍ଟ ଅଭିମୁଖେ ଅଗ୍ରସର ହେଉଥିବା ଆଦିତ୍ୟ L1 ପୃଥିବୀ ଏବଂ ଚନ୍ଦ୍ରର ସେଲଫି ଏବଂ ଫଟୋ ଉତ୍ତୋଳନ କରିଛି । ଏହି ଫଟୋ ଭିଡିଓକୁ ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ ସେୟାର କରାଯାଇଛି ।  

ଇସ୍ରୋ ପକ୍ଷରୁ ସେୟାର କରାଯାଇଥିବା ଭିଡିଓରେ ଆଦିତ୍ୟ L1ର ଅନେକ ଉପକରଣ ଦୃଶ୍ୟମାନ ହେଉଛି । ତେବେ ଏହି ଭିଡିଓକୁ 4 ତାରିଖରେ ଉତ୍ତୋଳନ କରାଯାଇଥିବା ବେଳେ ଆଦିତ୍ୟ ଏଲ 1ର VELC ଏବଂ SUIT ଯନ୍ତ୍ରାଶଂ ବା ଉପକରଣ ମଧ୍ୟ ଦୃଶ୍ୟମାନ ହେଉଛି । 

ଏହା ମଧ୍ୟ ପଢନ୍ତୁ: ସଫଳତାର ସହ ଆଦିତ୍ୟ L1 ଦ୍ବିତୀୟ କକ୍ଷ ପରିବର୍ତ୍ତନ କରିଛି: ଇସ୍ରୋ

କହିରଖୁଛୁ କି, ଗତ ସେପ୍ଟେମ୍ବର 2 ତାରିଖ ସକାଳ 11ଟା 50 ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ସ୍ସେସ ସେଣ୍ଟରରୁ ଆଦିତ୍ୟ L1କୁ ଉତକ୍ଷେପଣ କରାଯାଇଥିଲା । PSLV ସି57 ରକେଟ ଜରିଆରେ ଏହି ଉପଗ୍ରହକୁ ଲଞ୍ଚ୍‌ କରାଯାଇଥିଲା । ଉତକ୍ଷେପଣର ଗୋଟିଏ ଦିନ ପରେ ସେପ୍ଟେମ୍ବର 3 ତାରିଖରେ ପ୍ରଥମ ପୃଥିବୀ ବନ୍ଧିତ କକ୍ଷପଥ (EBN#1) ପରିବର୍ତ୍ତନ କରି ଦ୍ବିତୀୟ କକ୍ଷପଥରେ ପ୍ରବେଶ କରିଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାପରେ ଦ୍ବିତୀୟ ଥର ପାଇଁ ସଫଳତାର ସହ କକ୍ଷ ପରିବର୍ତ୍ତନ କରିଛି ଆଦିତ୍ୟ L1 । ଆସନ୍ତା ସେପ୍ଟେମ୍ବର 10 ତାରିଖ ରାତି 2ଟା 30 ମିନିଟରେ ତୃତୀୟ କକ୍ଷ ପରିବର୍ତ୍ତନ କରିପାରେ ବୋଲି ସୂଚନା ଦିଆଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.