Asia Cup 2023: ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନେପାଳ କ୍ରିକେଟରଙ୍କୁ ଟିମ୍ ଇଣ୍ଡିଆର ସମ୍ବର୍ଦ୍ଧନା, ଭିଡିଓ ସେୟାର କଲା NAC

By ETV Bharat Odisha Team

Published : Sep 5, 2023, 4:19 PM IST

thumbnail

ପାଲ୍ଲେକଲ: କ୍ରିକେଟ୍‌ କେବଳ ଏକ ଖେଳ ନୁହେଁ । ବର୍ତ୍ତମାନ ସମୟରେ ଏହା ଏକ ଭାବପ୍ରବଣତା ପାଲଟିଯାଇଛି । ମୈଦାନରେ ମୁହାଁମୁହିଁ ହେଉଥିବା ଦଳ ଗୁଡ଼ିକ ପରସ୍ପରର ଶତ୍ରୁ ନୁହନ୍ତି, ବରଂ ବନ୍ଧୁତ୍ବପୂର୍ଣ୍ଣ ଭାବେ ଖେଳର ଏହି ଭାବନାକୁ ଆଗକୁ ନେଇଯାଉଛନ୍ତି । ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଏସିଆ କପ୍‌ ୨୦୨୩ରେ । ସୋମବାର ଶ୍ରୀଲଙ୍କାର କ୍ୟାଣ୍ଡିସ୍ଥିତ ପାଲ୍ଲେକଲ ଷ୍ଟାଡିୟମରେ ଖେଳାଯାଇଥିବା ନପାଳ ଓ ଭାରତ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ । କ୍ରିକେଟ୍‌ର ଅଭିଜ୍ଞ ଭାରତ ସହ ପ୍ରଥମ ଥର ପାଇଁ ମୁକାବିଲା କରୁଥିବା ନେପାଳର ଖେଳାଳି ଯେତିକି ଉତ୍ସାହ ରହିଥିଲେ, ଅନଭିଜ୍ଞ ଦଳ ଭାବେ ଭାରତକୁ ଅପେକ୍ଷାକୃତ ଭଲ ଫାଇଟ୍‌ ମଧ୍ୟ ଦେଇଥିଲେ । ଆଉ ଭାରତୀୟ ଦଳ ମଧ୍ୟ ନେପାଳର ଏହି ଖେଳାଳିଙ୍କ ଉଦ୍ୟମକୁ ଉଚିତ ସମ୍ମାନ ଦେଇଛନ୍ତି । ମ୍ୟାଚ୍‌ ପରେ ନେପାଳ କ୍ରିକେଟର୍‌ମାନଙ୍କୁ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ କରିଛି ଭାରତୀୟ କ୍ରିକେଟ୍‌ ଦଳ । ଭେଟେରାନ ବ୍ୟାଟର ବିରାଟ କୋହଲି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ପ୍ରମୁଖ ନେପାଳର ଏହି ଷ୍ଟାର କ୍ରିକେଟରଙ୍କୁ ସମ୍ମାନୀତ କରୁଥିବା ଭିଡିଓ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରି ଟିମ୍‌ ଇଣ୍ଡିଆକୁ ଧନ୍ୟବାଦ ଜଣାଇଛି ନେପାଳ ଆସୋସିଏସନ୍‌ ଅଫ୍‌ କ୍ରିକେଟ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.