ଫାଇନାଲ ଫାଇଟ ପାଇଁ ଅହମ୍ମଦାବାଦରେ ଟିମ ଇଣ୍ଡିଆ, ଫ୍ୟାନ୍ସଙ୍କ ଜୋରଦାର ସ୍ବାଗତ - କ୍ରିକେଟ ବିଶ୍ବକପ ୨୦୨୩
🎬 Watch Now: Feature Video
Published : Nov 16, 2023, 9:28 PM IST
ଗାନ୍ଧୀନଗର: ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ର ଫାଇନାଲ ମ୍ୟାଚ୍ରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଗତକାଲି ବଡ଼ ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ ଟିମ ଅହମ୍ମଦାବାଦରେ ପହଞ୍ଚିଛି । ଆସନ୍ତା ୧୯ ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ୍ । ଏଥିଲାଗି ଫ୍ୟାନ୍ସଙ୍କ ମନରେ ଉତ୍କଣ୍ଠା ବଢିଲାଣି । ଆଜି କୋଲକାତା ଇଡେନ ଗାର୍ଡେନ ଖେଳାଯାଉଥିବା ଦ୍ବିତୀୟ ସେମି ଫାଇନାଲ ମ୍ୟାଚ୍ ପରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରୁ ଜଣେ ଭାରତ ବିପକ୍ଷରେ ଫାଇନାଲ ଖେଳିବ । ଏଯାବତ ଭାରତ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି । ଏଣୁ ଫାଇନାଲ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର । ଏହାରି ମଧ୍ୟରେ ଆଜି ସନ୍ଧ୍ୟାରେ ଅହମ୍ମଦାବାଦରେ ପହଞ୍ଚିଛି ଇଣ୍ଡିଆନ ଟିମ । ରାଜ୍ୟରେ ଟିମ ପହଞ୍ଚିବା ପରେ ଫ୍ୟାନ୍ସମାନେ ଜୋରଦାର ସ୍ବାଗତ କରିଛନ୍ତି । ଦେଖନ୍ତୁ ଦୃଶ୍ୟ
ଏହା ବି ପଢନ୍ତୁ- ବିଶ୍ବକପରେ ଅପରାଜେୟ ଭାରତ, ଜାଣନ୍ତୁ କିପରି ଥିଲା ଇଣ୍ଡିଆନ ଟିମର ଫାଇନାଲ ଯାତ୍ରା