thumbnail

By

Published : Jan 17, 2023, 10:16 PM IST

Updated : Feb 3, 2023, 8:39 PM IST

ETV Bharat / Videos

Army Troops on Joshimath: ଯୋଶୀମଠରେ ସ୍ୱତନ୍ତ୍ର ମିଶନ ପାଇଁ ପ୍ରସ୍ତୁତ ସେନା

ହାଇଦ୍ରାବାଦ: ଉତ୍ତରାଖଣ୍ଡ ଯୋଶୀମଠରେ ଦେଖାଯାଇଥିବା ଭୌଗଳିକ ସଂଙ୍କଟରେ ଉଦ୍ଧାର ଓ ସର୍ଭେ କାର୍ଯ୍ୟ ଜାରି ରହିଛି । ତେବେ ଏଥିରେ ଭାରତୀୟ ସ୍ଥଳସେନା ମଧ୍ୟ ସାମିଲ ହୋଇପାରେ । କାରଣ ଯୋଶୀମଠ ଭାରତ-ଚୀନ ସୀମା ନିକଟବର୍ତ୍ତୀ ଏରିଆ ହୋଇଥିବାରୁ ଏହାର ନିକଟରେ ସେନା ଯବାନମାନେ ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ଆବଶ୍ୟକ ପଡିଲେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ସେମାନେ ସ୍ୱତନ୍ତ୍ର ମିଶନରେ ସାମିଲ ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି ।

 

ତେବେ ଏହା କେବଳ ଏକ ପ୍ରସ୍ତାବିତ ଦିଗ ନୁହେଁ ବରଂ ଯୋଶୀମଠ ସଙ୍କଟ ଗମ୍ଭୀରତାକୁ ଦେଖି କୌଣସି ମୁହୂର୍ତ୍ତରେ ସେନାର ସମ୍ଭାବ୍ୟ ଆବଶ୍ୟକତାକୁ ଦେଖି ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ସ୍ଥାନୀୟ ପ୍ରଶାସନ ସହ ସେନା ଯବାନ କିପରି ପ୍ରଭାବୀ ଭାବେ ଉଦ୍ଧାର ମିଶନରେ କାର୍ଯ୍ୟ କରିପାରିବେ ସେନେଇ ଯବାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯିବା ଆରମ୍ଭ କରାଯାଇଛି । ଭାରତ-ଚୀନ ଅନ୍ତର୍ଜାତୀୟ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖା ସଲଗ୍ନ ଫରଓ୍ବାର୍ଡ ପୋଷ୍ଟ ଓ ଉତ୍ତରାଖଣ୍ଡ ସେକ୍ଟରରେ ପ୍ରାୟ 14,000 ଫୁଟ ଉଚ୍ଚତାରେ ଏକାଧିକ ଭାରତୀୟ ସେନା ପୋଷ୍ଟରେ ଯବାନମାନେ ନିୟୋଜିତ ଅଛନ୍ତି । ପାହାଡି କ୍ଷେତ୍ର ତଥା ଅତି ଆହ୍ବାନପୂର୍ଣ୍ଣ ଅଞ୍ଚଳରେ କୌଣସି ମିଶନରେ ସଫଳତାପୂର୍ବକ କାମ କରିବା ପାଇଁ ଏମାନେ ଖୁବ ପ୍ରଶିକ୍ଷିତ ଓ ଦକ୍ଷ ମଧ୍ୟ । 

 

ଅନ୍ୟପଟେ କେଦାରନାଥ ଜଳ ପ୍ରଳୟ ତଥା ଉତ୍ତର ଭାରତରେ ଅନ୍ୟ କିଛି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ସହ ଅର୍ଦ୍ଧସାମରିକ ବଳ ଓ ଭାରତୀୟ ସ୍ଥଳସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇ ନିଜର ଦକ୍ଷତାକୁ ପ୍ରମାଣିତ କରିସାରିଛି । ଏପରି କ୍ଷେତ୍ରରେ ଏବେ ଯୋଶୀମଠରେ ଦେଖାଯାଇଥିବା ସଙ୍କଟ ନେଇ ସମଗ୍ର ଦେଶରେ ଉଦବେଗ ପ୍ରକାଶ ପାଇଥିବା ବେଳେ ଆଗାମୀ ସମୟରେ ସେନାର ଭୂମିକାକୁ ମଧ୍ୟ ଦୃଷ୍ଟିରେ ରଖାଯାଇଛି । 

 

କୌଣସି ପରିସ୍ଥିତିରେ ସେମାନେ ସ୍ବତନ୍ତ୍ର ଅପରେସନ ପାଇଁ ପ୍ରସ୍ତୁତ ରହିଥିବା ସେନା କହିଛି । ସ୍ଥାନୀୟ ପ୍ରଶାସନ ସହ ସମନ୍ବୟ ରକ୍ଷା କରି ସ୍ବତନ୍ତ୍ର ଅପରେସକୁ ସଫଳ କରିବା ପାଇଁ ଏମାନଙ୍କୁ ଆଗୁଆ ପ୍ରଶିକ୍ଷଣ ମଧ୍ୟ ଦିଆଯିବା ଆରମ୍ଭ କରିଛି । ଯୋଶୀମଠର ଏବେ ଅସୁରକ୍ଷିତ ଘୋଷିତ ଘର ଓ ହୋଟେଲ ଆଦି ଭଙ୍ଗା କାର୍ଯ୍ୟ ଜାରି ରହିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ମଧ୍ୟ ସ୍ଥାନାନ୍ତରଣ କରାଯାଇଛି । ଏବେ ଭୂତତ୍ବ ସର୍ଭେ ପାଇଁ CBRI, IIT ,GSI ଏବଂ IIRS ପରି ସର୍ବଭାରତୀୟ ସସ୍ଥାର ବିଶେଷଜ୍ଞ ଟିମ ଯୋଶୀମଠରେ କାର୍ଯ୍ୟ ଜାରି ରଖିଛନ୍ତି ।ସ୍ଥିତି ଉପରେ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ତୀକ୍ଷ୍ଣ ନଜର ରଖିଛନ୍ତି । 

 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.