ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ, ସେଲଫି ନେଲେ ସମାରୋହକୁ ଉପଭୋଗ କଲେ ରାଜଧାନୀବାସୀ - ସ୍ୱାଧୀନତା ଦିବସ 2023

🎬 Watch Now: Feature Video

thumbnail

By

Published : Aug 15, 2023, 3:41 PM IST

ଭୁବନେଶ୍ବର: ଚଳିତ ବର୍ଷ ୭୭ ତମ ସ୍ୱାଧୀନତା ଦିବସ ପାଳନ କରୁଛି ଦେଶ । ଏହି ପବିତ୍ର ଅଵସରରେ ଦିଲ୍ଲୀରୁ ପଲ୍ଲୀ ସବୁଠି ଫର ଫର ହୋଇ ଉଡୁଛି ତ୍ରିରଙ୍ଗା ପତାକା । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ରାଜଧାନୀ ଭୁବନେଶ୍ବର ୟୁନିଟ-1 ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପତାକା ଉତ୍ତୋଳନ କରିଥିବା ବେଳେ ରାଜଧାନୀର ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ। ବିଶେଷ ଭାବେ କୁନି କୁନି ପିଲାମାନେ ରାଜ୍ୟସ୍ତରୀୟ ପରେଡ଼ ଦେଖିବା ପାଇଁ ଉତ୍ସାହର ସହ ଆସିଥିଲେ । ବିଭିନ୍ନ ଦେଶ ପ୍ରୀତିର ଭାତୃତ୍ଵର ବେଶରେ ସଜେଇ ହୋଇ ପରେଡ ରଖିଥିଲେ । ପରିବାର ସହ ଆସି ମୁଖ୍ୟମନ୍ତ୍ରୀଙ୍କ ଅଭିବାଦନ ଶୁଣିବା ସହ ପୋଲିସ ବ୍ୟାଣ୍ଡ ପରେଡକୁ ବଡ ଉତ୍ସାହର ସହ ଦେଖିଛନ୍ତି । ପୁରା ସମାରୋହ ବୁଲିବା ସହ ସେଲ୍ଫି ମଧ୍ୟ ଉଠାଇଥିଲେ । କୁନି କୁନି ପାଟିରେ ଦେଶ ଭକ୍ତିର ନାର ଦେବାସହ ବେଶ ଉତ୍ସାହର ସହ ସମାରୋହକୁ ଉପଭୋଗ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.