World Aids Day 2022: ବଢିଚାଲିଛି ଏଚଆଇଭି ସଂକ୍ରମିତ ସଂଖ୍ୟା
🎬 Watch Now: Feature Video
ବଲାଙ୍ଗୀର: ଏଡସ ଦିବସ ପାଳନ କରୁଛି ସାରା ବିଶ୍ବ । ଉଦେଶ୍ୟ ଲୋକଙ୍କୁ ସଚେତନ କରିବା । ଅନ୍ୟପଟେ hiv ସଂକ୍ରମଣ ଚିନ୍ତାଜନକ ରହିଛି । ତେବେ ସବୁ ବର୍ଷ ବଲାଙ୍ଗୀର ଜିଲ୍ଲାରେ ନୂଆ 100ରୁ ଅଧିକ ଏଚଆଇଭି ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହା ଚିନ୍ତାର ବିଷୟ ଥିବା ବେଳେ ଏହାର କାରଣ ବିଶେଷ କରି ଅସୁରକ୍ଷିତ ଯୌନ ସମ୍ପର୍କ ବୋଲି କୁହା ଯାଇଛି । ସେହିପରି ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଆଉ ଏକ ମୁଖ୍ୟ କାରଣ । ଏହା ସହିତ ଲୋକ ଲଜ୍ଜା ଓ ସାମାଜିକ ବ୍ୟବହାର ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଥିବାର ବିଶେଷଜ୍ଞ କହିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏହା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଉଥିବା ବେଳେ ବିଭିନ୍ନ ସମୟରେ ଲୋକଙ୍କୁ ସଚେତନ କରିବା କାର୍ଯ୍ୟକ୍ରମ ଜାରି ରଖିଛି । ସେହିପରି ଏଚଆଇଭିକୁ ଭୟଭୀତ ନହୋଇ ସମାଜରେ ଏହା ପ୍ରତି ସଚେତନତା ବଢ଼ାଇବା ଜରୁରୀ ଓ ସମସ୍ତଙ୍କ ମଧ୍ୟରେ ସମାନତା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଇଟିଭି ଭାରତ, ବଲାଙ୍ଗୀର
Last Updated : Feb 3, 2023, 8:34 PM IST