ବନ୍ୟା ବିତ୍ପାତ,ବାହ୍ୟ ଜଗତରୁ ବିଚ୍ଛିନ୍ନ ହିରିମୂଳ - ଖୋର୍ଦ୍ଧାରେ ବନ୍ୟା
🎬 Watch Now: Feature Video
ଖୋର୍ଦ୍ଧା: ହୀରାକୁଦର ୩୪ଟି ଗେଟ ଖୋଲା ହେବା ପରେ ମହାନଦୀରେ ଆସିଛି ବନ୍ୟା । ଏନେଇ ଶାଖା ନଦୀ ମାନଙ୍କରେ ବନ୍ୟା ପରିସ୍ଥିତି । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତର ହିରିମୂଳ ଗାଁ । ରାସ୍ତା ଉପରେ 5ଫୁଟ ଉଚ୍ଚର ବନ୍ୟାପାଣି ଚାଲୁଥିବାରୁ ଏହି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଏଥି ସହ ଅନ୍ୟ କେତେକ ଗ୍ରାମରେ ବନ୍ୟା ପାଣି ପଶିଥିବା ବେଳେ ଏକର ଏକର ଚାଷ ଜମିର ଫସଲ ନଷ୍ଟ ହୋଇଛି । ଏନେଇ ଗ୍ରାମରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସହ ଜିଲା ପ୍ରଶାସନ ପକ୍ଷରୁ ପାନୀୟ ଜଳ, ରନ୍ଧା ଖାଦ୍ୟ ଓ ଗୋଖାଦ୍ୟ ଯୋଗାଇ ଦିଆଯିବ ବୋଲି ଘଟଣାସ୍ଥଳ ପରିଦର୍ଶନ କରି ଖୋର୍ଦ୍ଧା ବିଡ଼ିଓ କହିଛନ୍ତି । ସେପଟେ ମହାନଦୀର ଶାଖା ରଣ ନଦୀରେ ବନ୍ୟାଜଳ ପ୍ରବାହିତ ହେବାରୁ ବୁଡିଛି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଅଟ୍ରି ଉଷ୍ମ ପ୍ରସବଣ । ବନ୍ୟାଜଳ ପଶିବା ଫଳରେ ପର୍ଯ୍ୟଟନ ସ୍ଥଳିର ଚାରିକଡ ଜଳମଗ୍ନ ହେବା ସହ ଲୋକଙ୍କ ପାଇଁ ହୋଇଥିବା ଗାଧୁଆ କୁଣ୍ଡ ଉପରେ ଚାରି ଫୁଟର ବନ୍ୟାଜଳ ଜମି ରହିଛି ।
Last Updated : Feb 3, 2023, 8:26 PM IST