ରାଜଧାନୀରେ ମେଲାଣି ଶୋଭାଯାତ୍ରା, ଜମିଲା ପାରମ୍ପରିକ ନାଚଗୀତର ଆସର - କମ୍ପୁଛି ରାଜଧାନୀ

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 25, 2023, 11:07 PM IST

ଭୁବନେଶ୍ବର: ରାଜଧାନୀରେ ଆଡ଼ମ୍ବରରେ ଚାଲିଛି ଭସାଣି ଶୋଭାଯାତ୍ରା । ପାରମ୍ପରିକ ନାଚ ଗୀତର ଆସର ଜମିଥିବାବେଳେ ଆଧୁନିକ ଗୀତରେ ଝୁମୁଛନ୍ତି ଯୁବପିଢି । ଜଗନ୍ନାଥ ଭଜନ ସାଙ୍ଗକୁ ପାରମ୍ପରିକ ବାଦ୍ୟରେ କମ୍ପୁଛି ଅଞ୍ଚଳ । ସମସ୍ତ ମେଢକୁ ଶୋଭାଯାତ୍ରାରେ ବିସର୍ଜନ ପାଇଁ ନିଆଯାଉଛି । ଯାହାକୁ ନେଇ ଉତ୍ସବମୁଖର ରହିଛି ଭୁବନେଶ୍ବର ।

ଏହା ବି ପଢନ୍ତୁ...ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା' ଦୁର୍ଗତିନାଶିନୀ

ଦଶ ଦିନରେ ପୂଜାର୍ଚ୍ଚନା ପରେ ଶେଷରେ ମା'ଙ୍କୁ ମେଲାଣି ଦିଆଯାଉଛି । ପୁଣି ଆର ବର୍ଷକୁ ଅପେକ୍ଷା କରି ରହିବେ ଭକ୍ତ । ତେବେ ଆଜିର ଦିନରେ ଭକ୍ତ ଜଗତଜନନୀ ମା' ଦୁର୍ଗାଙ୍କୁ ବହୁ ଆଡମ୍ବର ସହକାରେ ବିଦାୟ ଦେଉଛନ୍ତି । ସେପଟେ ସୁରକ୍ଷା ଦୃଷ୍ଟିରୁ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବନ୍ଦୋବସ୍ଥ କରାଯାଇଛି । ବିଏମସି ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । କେତେକ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ସରିଥିବାବେଳେ ଆଉ କେତେକ ମୂର୍ତ୍ତି ବିସର୍ଜନ ପାଇଁ ଅଗ୍ରସର ହେଉଥିବା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.