thumbnail

ବେଆଇନ ମଦ ବିକ୍ରିକୁ ନେଇ ଧସ୍ତାଧସ୍ତି, ପୋଲିସକୁ ଅଟକ ରଖିଲେ ଏସଏଚଜି ମହିଳା

By ETV Bharat Odisha Team

Published : Oct 27, 2023, 7:23 PM IST

କେନ୍ଦୁଝର: ଜିଲ୍ଲାରେ ଦିନକୁ ଦିନ ବେଆଇନ ଭାବେ ମଦ କାରବାର ବୃଦ୍ଧି ପାଇ ଚାଲିଛି । ଏହାକୁ ନେଇ ବହୁ ସମୟରେ ପ୍ରତିବାଦ ହେଉଛି । କିନ୍ତୁ ଏହି ଘଟଣା ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ଜାଣତରେ ହେଉଥିବା ଅଭିଯୋଗ ହେଉଛି । ଏପରିକି ବେଆଇନ ମଦ କାରବାର ତଦନ୍ତ କରିବାକୁ ଯାଇଥିବା ବେଳେ ପୋଲିସ ଗାଡିକୁ ଅଟକ ରଖିଛନ୍ତି ମହିଳା । ଏଭଳି ଘଟଣା ଘଟିଛି ପାଟଣା ଥାନା ରାଇଡିହା ପଞ୍ଚାୟତ ମେଦିନୀପୁର ଗାଁରେ l 

ମେଦିନୀପୁର ଗାଁରେ କିଛି ମହିଳା ବେଆଇନ ମଦ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଅନ୍ୟ ମହିଳା ଗୋଷ୍ଠୀ ମାନେ ମଦ ବିକ୍ରି କରୁଥିବା ମହିଳାକୁ ବାରଣ କରିଥିଲେ । ଏହି ବାରଣ କରିବା ସମୟର ଉଭୟ ପକ୍ଷରୁ ଧସ୍ତାଧସ୍ତି ହୋଇଥିଲା । ଏହି ଘଟଣା ନେଇ ମାମଲା ଥାନାରେ ପହଞ୍ଚିଥିଲା । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଦ ବିକ୍ରି କରୁଥିବା ମହିଳାଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା ।

ଏହି ଘଟଣାର ତଦନ୍ତ କରିବାକୁ ଘଟଣା ସ୍ଥଳକୁ ସାହାରପଡା ଫାଣ୍ଡି ପୋଲିସ ପହଞ୍ଚିଥିଲା । ଏହି ସମୟରେ ପୋଲିସ ଗାଡିକୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଅଟକ ରଖିଥିବା ଦେଖିବାକୁ ମିଳିଥିଲା । କିଛି ସମୟ ଏନେଇ ଗ୍ରାମରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ପରେ ସାହାରପଡ଼ା ଫାଣ୍ଡି ଅଧିକାରୀ  ଘଟଣାସ୍ଥଳରୁ ଫେରି ଆସିଥିବା ଜଣାପଡିଛି । ଏନେଇ କୌଣସି ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ଏହା ମଧ୍ୟ ପଢନ୍ତୁ...ମାଟିରେ ମିଶିଲା ଚୋରା ମଦ ଭାଟି, ଅବକାରୀ ଭାଙ୍ଗିଲା ନିଶା ମାଫିଆଙ୍କ ଆଡ୍ଡା

ଇଟିଭି ଭାରତ,କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.