2036 ଅଲମ୍ପିକ ପାଇଁ ପ୍ରସ୍ତୁତ ହେଲାଣି ଭାରତ: ଧର୍ମେନ୍ଦ୍ର ପ୍ରଧାନ - କ୍ରୀଡା କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 24, 2023, 1:54 PM IST

କଟକ: କ୍ରୀଡା କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ଏବଂ ନିରାପତ୍ତା ପ୍ରତି ସାମଗ୍ରିକ ଆଭିମୁଖ୍ୟ ଉପରେ ଆୟୋଜିତ ଆନ୍ତର୍ଜାତିକ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟରେ ଆୟୋଜିତ ଏହି ସମ୍ମିଳନୀରେ କ୍ରୀଡା କ୍ଷେତ୍ରରେ ବିଭିନ୍ନ ବିଷୟ ବସ୍ତୁକୁ ନେଇ ଆଲୋଚନା କରାଯାଇଥିଲା । ଉଦଯାପନ ଦିବସରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ ଯେ, ରାଷ୍ଟ୍ରୀୟ ଶିକ୍ଷାନୀତି ଏକ ସ୍ବତନ୍ତ୍ର ଲକ୍ଷ୍ୟ ରଖାଯାଇ ପ୍ରସ୍ତୁତ କରାଯାଇଛି । ଏହି ଶିକ୍ଷାନୀତିରେ କ୍ରୀଡାକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କ୍ରୀଡା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି । ଏହି ନୂତନ ଶିକ୍ଷା ନୀତିରେ ବିଜ୍ଞାନ, କଳା ସାମାଜିକ ବିଜ୍ଞାନକୁ ମଧ୍ୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । କ୍ରୀଡା ହିଁ ଏକମାତ୍ର ମାଧ୍ୟମ ମଣିଷକୁ ସୁସ୍ଥ ସବଳ କରି ରଖିବ । ତେଣୁ ଶିକ୍ଷାନୀତିରେ ଶାରିରୀକ ଶିକ୍ଷା ଉପରେ ଅଧିକ ଦୃଷ୍ଟି ଦିଆଯାଉଛି । ହକି ଅଥଲେଟରେ ଓଡ଼ିଶାର ସର୍ବ ଭାରତୀୟ ସ୍ତରରେ ବେଶ୍ ସୁନାମ ରହିଛି । ଆଗାମୀ 2036 ଅଲମ୍ପିକ୍ସକୁ ଦୃଷ୍ଟିରେ ରଖି ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ-ଭାରତୀୟ କୁସ୍ତି ମହାସଂଘ ନିଲମ୍ବିତ; ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷ ପଦ ରବ୍ଦ

ଭାରତର 11ଟି ରାଜ୍ୟରୁ 259 ଜଣ ପ୍ରତିନିଧି ଏହି ଅଧିବେଶନରେ ଯୋଗ ଦେଇଥିଲେ । 100ରୁ ଊର୍ଦ୍ଧ୍ବ କ୍ରୀଡା ବିଜ୍ଞାନୀ ତଥା ଶାରିରୀକ ଶିକ୍ଷା ଅଧ୍ୟାପକମାନେ ଅଧିବେଶନରେ  ସାମିଲ ହୋଇଥିଲେ ।  କ୍ରୀଡା ଫିଜିଓଲୋଜି ଠାରୁ ଆରମ୍ଭ କରି ମ୍ୟାନେଜମେଣ୍ଟ,  ମନୋବିଜ୍ଞାନ, ଶାରିରୀକ ଶିକ୍ଷା, ପୃଷ୍ଟିକର ଖାଦ୍ୟ, ଆଷ୍ଟ୍ରୋ ଥେରାଫି, ନିରାପତ୍ତା, ବୈଜ୍ଞାନିକ ପ୍ରଶିକ୍ଷଣ ଉପରେ ଆଲୋଚନା କରାଯାଇଥିଲା ।  ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ସ୍ବାସ୍ଥ୍ୟ ସନ୍ଦେଶ ଓ ଭାରତ ସରକାରଙ୍କ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ଶାରିରୀକ ଶିକ୍ଷା ଫାଉଣ୍ଡେସନ ସହାୟତାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।  

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.