ଆନ୍ଧ୍ର ପ୍ରଦେଶରେ ପାଷ୍ଟରଙ୍କ ଅଜବ ଦାବି, କହିଲେ ମତ୍ୟୁର ତିନି ଦିନ ପରେ ଫେରି ଆସିବି - ଆନ୍ଧ୍ର ପ୍ରଦେଶରେ ପାଷ୍ଟରଙ୍କ ଅଜବ ଦାବି
🎬 Watch Now: Feature Video
ଅମରାବତୀ: ‘ମୁଁ ୧୦ ଦିନ ମଧ୍ୟରେ ମୃତ୍ୟୁବରଣ କରିବି । ଏହାପରେ ମୋତେ କବର ଦେଇ ଦେବ । ମୁଁ ୩ ଦିନ ପରେ ପୁଣି ଉଠି ଆସିବି ।’ କିଛି ଏଭଳି କଥା କହି ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି ଆନ୍ଧ୍ର ପ୍ରଦେଶର କ୍ରୀଷ୍ଣା ଜିଲ୍ଲାର ଗନ୍ନଭରମ ଅଞ୍ଚଳର ଜଣେ ପାଷ୍ଟର (ପାଦ୍ରୀ) । ସେ ନିଜ କବର ପୋତିବା ପାଇଁ ଏକ ଗାତ ଖୋଳିଛନ୍ତି । କହୁଛନ୍ତି ୧୦ ଦିନ ପରେ ମୃତ୍ୟୁ ହେବ । କବର ଦିଆଯିବାର ୩ ଦିନ ପରେ ସେ ପୁଣି ଉଠି ଆସିବେ । ଏହାକୁ ନେଇ ପରିବାର ଓ ଗାଁ ଲୋକେ ଚିନ୍ତାରେ ପଡ଼ିଛନ୍ତି । ସେପଟେ ମନୋବୈଜ୍ଞାନିକଙ୍କ ମତରେ ଏଭଳି ପାଷ୍ଟର ଜନସାଧାରଣଙ୍କୁ ଭ୍ରମିତ କରନ୍ତି । ଏଭଳି ପାଷ୍ଟରଙ୍କ ଚିକିତ୍ସା ଆବଶ୍ୟକ ବୋଲି କହିଛନ୍ତି ମନୋବୈଜ୍ଞାନିକ ।
Last Updated : Feb 3, 2023, 8:33 PM IST