Watch: ରାସ୍ତା ଫଳକ ଗେଟ୍‌ରେ ଲାଗିଲା ହାଇୱା ଟ୍ରକ, ରାସ୍ତା ଅବରୋଧ

By ETV Bharat Odisha Team

Published : Sep 23, 2023, 9:11 AM IST

thumbnail

କେନ୍ଦୁଝର: ରାସ୍ତାର ଫଳକ ଗେଟରେ ଲାଗିଲା ହାଇୱା । କେନ୍ଦୁଝର ଜିଲ୍ଲାରେ ଲୁହା ପଥର ପରିବହନ ପାଇଁ ପ୍ରତିଦିନ ହଜାର ହଜାର ଟ୍ରକ, ଟ୍ରଲର, ହାଇୱା ଚଳପ୍ରଚଳ କରିଥାଏ । ଏହି ପରିବହନ ପାଇଁ ସରକାର ରାଜସ୍ବ ଆଦାୟ କରିଥାନ୍ତି । ଏହି ପରିବହନ ପାଇଁ ସରକାର ଭଲ ସଡ଼କ ସହ ଯାତାୟାତ ସୁବିଧା ପାଇଁ ଫଳକ ଲଗାଇଛନ୍ତି । କିନ୍ତୁ ଏହି ଫଳକ ଏବେ ପରିବହନ ପାଇଁ ପ୍ରତିବନ୍ଧକ ହୋଇଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଖଣି ଅଞ୍ଚଳ ଭାବେ ପରିଚିତ ବଡ଼ବିଲ ଠାରେ । ଏଠାରେ ଜାତୀୟ ରାଜପଥ ୧୦(ଖ) ବଡ଼ବିଲ ନାଳଦା ରାସ୍ତାର ଭଦ୍ରାସାହି ଛକ ଠାରେ ଥିବା ରାସ୍ତା ଫଳକରେ ଏକ ହାଇୱା ଲାଗି ଯାଇ ଫଳକକୁ ଅଧା ଭାଙ୍ଗି ଦେଇଛି । ଏହି ହାଇୱା ଲଗାଯିବା ଫଳରେ ରାସ୍ତା ଅବରୋଧ ହେବା ସହ ପରିବହନ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଛି । ଖବର ପାଇ ସ୍ଥାନୀୟ ପୋଲିସ ପହଁଚି ହାଇୱାକୁ ହଟାଇବା ସହ ରାସ୍ତା ଅବରୋଧ ହଟାଇଛି । ତେବେ ଏଭଳି ଅସାବଧାନତା ଯୋଗୁଁ କେନ୍ଦୁଝର ଜିଲ୍ଲାରେ ଦୁର୍ଘଟଣା ନୀତି ଦିନିଆ ଘଟଣା ହୋଇଯାଇଥିବା ବେଳେ ଏନେଇ ବ୍ୟାପକ ସଚେତନତା ଆବଶ୍ୟକ ରହିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି । 

ଏହା ମଧ୍ୟ ପଢ଼ନ୍ତୁ...Rajasthan: ଖାଟୁ ଶ୍ୟାମ ମନ୍ଦିରରୁ ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା 6 ଜୀବନ

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.