Chandrayaan3: ଚାନ୍ଦ ମାମା ଅବ୍‌ ନେହିଁ ଦୂର କେ...ବାସ ଏକ ଟୁର କେ: ମୋଦି

By ETV Bharat Odisha Team

Published : Aug 23, 2023, 8:28 PM IST

thumbnail

ବେଙ୍ଗାଲୁର: ଏହି କ୍ଷଣ ଅବିସ୍ମରଣୀୟ । ଦେଶ ନୂଆ ଇତିହାସ ରଚିଲା,  ଆମ ବୈଜ୍ଞାନିକଙ୍କ କଠୋର ପରିଶ୍ରମ ପାଇଁ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ଆମେ  ପହଞ୍ଚି ଗଲେ ।  ଯେଉଁଠି ସାରା ବିଶ୍ବର କେହି ପହଞ୍ଚିନଥିଲେ, ଆମେ ସେଠି ପହଞ୍ଚି ଗଲୁ ।  ଆଜି ପରେ ଚନ୍ଦ୍ରକୁ ନେଇ ଅନେକ ଭ୍ରାନ୍ତ ଧାରଣା ଦୂର ହେବ । ଆଜି ସାରା ଦେଶରେ ଉତ୍ସବର ମାହୋଲ । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ପରେ ଇସ୍ରୋକୁ ଶୁଭେଚ୍ଛା ଜଣାଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦି କହିଛନ୍ତି ଇସ୍ରୋ ବୈଜ୍ଞାନିକ ମାନେ ଆଜି ଭାରତକୁ  ଗର୍ବିତ କରାଇଛନ୍ତି । ଆମ ବୈଜ୍ଞାନିକଙ୍କ କଠୋର ପରିଶ୍ରମ ପାଇଁ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ଆମେ  ପହଞ୍ଚି ଗଲେ ।  ଯେଉଁଠି ସାରା ବିଶ୍ବର କେହି ପହଞ୍ଚିନଥିଲେ, ଆମେ ସେଠି ପହଞ୍ଚି ଗଲୁ ।  ଆଜି ପରେ ଚନ୍ଦ୍ରକୁ ନେଇ ଅନେକ ଭ୍ରାନ୍ତ ଧାରଣା ଦୂର ହେବ ।  ଚନ୍ଦ୍ର ମିଶନ ପରେ ଏବେ  ଇସ୍ରୋ ସୂର୍ଯ୍ୟ ମିଶନ ଆରମ୍ଭ କରିବ । ଆଦିତ୍ୟ-ଏଲ ୱାନ ମିଶନ ଜରିଆରେ ସୂର୍ଯ୍ୟ ସଂପର୍କରେ ଗବେଷଣା ହେବ ।  ସୂର୍ଯ୍ୟ ମିଶନ ସହ ଆରମ୍ଭ ହେବ ଶୁକ୍ର ଅଭିଯାନ ବୋଲି ମୋଦି  ସୂଚନା ଦେଇଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.