ଶ୍ରୀକ୍ଷେତ୍ରରେ ହୋଲି ସେଲିବ୍ରେସନ, ରଙ୍ଗଖେଳ ସହ ସମୁଦ୍ରରେ ସ୍ନାନର ମଜା ନେଲେ ପର୍ଯ୍ୟଟକ

🎬 Watch Now: Feature Video

thumbnail

ପୁରୀ: ଆଜି ରଙ୍ଗର ପର୍ବ ହୋଲି । ଗାଁଠୁ ସହର ସବୁଠି ଚାଲିଛି ହୋଲି ସେଲିବ୍ରେସନ । ହୋଲି ଅବସରରେ ଶ୍ରୀକ୍ଷେତ୍ର ପୁରୀ ମଧ୍ୟ ଉତ୍ସବ ମୁଖରିତ ହୋଇଛି । ବିଶେଷକରି ପୁରୀ ଆସିଥିବା ପର୍ଯ୍ୟଟକ ହୋଲିକୁ ଖୁବ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି । ସମୁଦ୍ର କୂଳରେ ପର୍ଯ୍ୟଟକମାନେ ହୋଲି ଖେଳି ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶର କୋଣ ଅନୁକୋଣରୁ ଆସିଥିବା ପର୍ଯ୍ୟଟକମାନେ ମହାପ୍ରଭୁଙ୍କ ଦର୍ଶନ ପରେ ହୋଲି ଖେଳି ଏହି ପର୍ବକୁ ଖୁବ ଉତ୍ସାହ ସହ ପାଳନ କରିଛନ୍ତି । ସମୁଦ୍ର କୂଳରେ ହୋଲି ଖେଳିବା ସହ ସମୁଦ୍ର ସ୍ନାନର ମଜା ନେଇଛନ୍ତି । କିଏ ନିଜ ପରିବାର ସହ ଆସିଛି ତ କିଏ ନିଜ ସାଙ୍ଗସାଥିଙ୍କ ସହ ଜଗନ୍ନାଥ ଧାମକୁ ଆସି ରଙ୍ଗଖେଳରେ ମସଗୁଲ ହୋଇଛନ୍ତି  । 

ପୁରୀ ହେଉଛି ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଧାମ । ଏଠାରେ ମହାପ୍ରଭୁଙ୍କ ଦର୍ଶନ ସହିତ ହୋଲି ପର୍ବର ଆନନ୍ଦ ନେବା ପାଇଁ ଛୁଟି ଆସିଛନ୍ତି ଲକ୍ଷ ଲକ୍ଷ ପର୍ଯ୍ୟଟକ । ହୋଲି ଅବସରରେ ଆଜି ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ ହୋଇଛି  । ଏନେଇ ପୁରୀ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରର ପ୍ରମୁଖ ସ୍ଥାନ ସହିତ ବେଳାଭୂମିରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ସମୁଦ୍ରରେ ପର୍ଯ୍ୟଟକମାନେ ସ୍ନାନ କରୁଥିବାରୁ ସୁରକ୍ଷା ପାଇଁ ଲାଇଫ ଗାର୍ଡ ମୁତୟନ କରାଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.