ETV Bharat / state

ଗାଁ ଦାଣ୍ଡରେ ଦେଖିବାକୁ ମିଳୁନାହାନ୍ତି ଜାନୁଘଣ୍ଟିଆ, ଶୁଭୁନି ଦଶାବତାର କଥା

ଲୋପ ପାଇବାକୁ ବସିଲାଣି ଜାନୁଘଣ୍ଟିଆ ପରମ୍ପରା । ପରମ୍ପରାକୁ ବଞ୍ଚାଇବା ଲକ୍ଷ୍ୟରେ ଆଗେଇ ଆସିଛନ୍ତି କାଳୀପୋଈ ଗ୍ରାମର ମାଧବ ଦାସ ।

JANU GHANTIA CULTURE OF ODISHA
JANU GHANTIA CULTURE OF ODISHA (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ଖୋର୍ଦ୍ଧା: ଗାଁ ଦାଣ୍ଡରେ ଆଉ ଦେଖିବାକୁ ମିଳୁନାହାଁନ୍ତି ଜାନୁଘଣ୍ଟିଆ । ଶୁଭୁ ନାହିଁ ଦଶାବତାରଙ୍କ ବର୍ଣ୍ଣନା । ଆମ ଓଡ଼ିଶାର ଲୋକକଳା ପରମ୍ପରା ବିଶ୍ୱରେ ନିଆରା । ସେଥି ମଧ୍ୟରୁ ଜାନୁଘଣ୍ଟିଆ ପରମ୍ପରା ଅନ୍ୟତମ । ଯାହା ଏବେ ପ୍ରାୟ ବିଲୁପ୍ତର ଦ୍ୱାର ଦେଶରେ । ଜାନୁଘଣ୍ଟିଆ ବା ଜାନୁଘଣ୍ଟ ନିଜକୁ ଭଗବାନ ପର୍ଶୁରାମଙ୍କର ସେବକ ଭାବେ ପ୍ରତିପାଦନ କରିଥାନ୍ତି ।

ଜାନୁଘଣ୍ଟିଆ କ'ଣ ?

JANU GHANTIA CULTURE OF ODISHA (ETV Bharat Odisha)

ଜାନୁଘଣ୍ଟିଆ ନିଜ ଡାହାଣ ଜଂଘ ତଥା ଜାନୁରେ ପିତଳ ଘଣ୍ଟି ବାନ୍ଧି ଗାଁ ଗାଁରେ ବୁଲି ମହାପ୍ରଭୁଙ୍କ ଦଶାବତାରକୁ କହି ବୁଲିଥାନ୍ତି ।ରାମ ନାମର ପ୍ରଚାର କରିଥାନ୍ତି । ଜାନୁଘଣ୍ଟିଆ ମାନେ ଗାଁ ପରିକ୍ରମା କଲେ ଗାଁର ମଙ୍ଗଳ ହୁଏ ବୋଲି ବିଶ୍ୱାସ ରହିଥିବା ବେଳେ ଏହି ପରମ୍ପରା ବୁଡି ଯିବାକୁ ବସିଲାଣି ।

ଜାନୁଘଣ୍ଟିଆଙ୍କ ସ୍ୱତନ୍ତ୍ର ବେଶ :

ଜାନୁଘଣ୍ଟିଆଙ୍କ ସ୍ୱତନ୍ତ୍ର ବେଶ ରହିଛି । ମୁଣ୍ଡରେ ସ୍ୱତନ୍ତ୍ର ପଗଡି, କପାଳେ ରମାନନ୍ଦୀ ଚିତା, କଣ୍ଠେ ତୁଳସୀ ମାଳା ସହ ଦକ୍ଷିଣ ହସ୍ତେ ଫାର୍ଶା ଓ ବାମ ହସ୍ତେ ଥାଳ ଧରିଥାନ୍ତି । ଏହି ପରମ୍ପରାକୁ ଏବେବି ବଞ୍ଚାଇ ରଖିଛନ୍ତି ଖୋର୍ଦ୍ଧା ଜିଲ୍ଲାର କାଳୀପୋଈ ଗ୍ରାମ ମାଧବ ଦାସ ।

ହାତରେ ଫାର୍ଶା, ଜଂଘରେ ଘଣ୍ଟି:

JANU GHANTIA CULTURE OF ODISHA
JANU GHANTIA CULTURE OF ODISHA (ETV Bharat Odisha)

ଏନେଇ ଜାନୁଘଣ୍ଟିଆ ମାଧବ ଦାସ କହିଛନ୍ତି,"ମୁଁ ପ୍ରାୟ 35 ବର୍ଷ ହେବ ଜଂଘରେ ଘଣ୍ଟି ଓ ହାତରେ ଫାର୍ଶା ଧରି ବିଭିନ୍ନ ଗାଁର ଧର୍ମ ଦାଣ୍ଡରେ ବୁଲୁଛି । ଆମ ପରମ୍ପରା ଅନୁଯାୟୀ ଆମେ ଧର୍ମ ଦାଣ୍ଡରେ ରାମ କଥା ଓ ଦଶାବତାର ବୋଲି ବୁଲିବା ବେଳେ କାହା ଦୁଆରକୁ ଉଠିବୁ ନାହିଁ । କାହାକୁ ମାଗିବୁ ନାହିଁ, ଯାହା ଆମ ପରମ୍ପରା । ଯିଏ ଭକ୍ତିରେ ଯାହା ଦିଅନ୍ତି ଆମେ ତାକୁ ଗ୍ରହଣ କରୁ ।"

ଏହା ମଧ୍ୟ ପଢନ୍ତୁ...40 ବର୍ଷର ସାଧନା, ଶାସ୍ତ୍ର ଅଧ୍ୟୟନ ପରମ୍ପରା ବଞ୍ଚାଇ ରଖିବାରେ ନିମଗ୍ନ ନାରାୟଣ

ଏହା ମଧ୍ୟ ପଢନ୍ତୁ...ଚା' ବିକି ପେଟ ପୋଷୁଛନ୍ତି ଅଭିନେତ୍ରୀ, ସହାୟତାର ହାତ ବଢାଇଲେ ହରିହର

ଏହା ମଧ୍ୟ ପଢନ୍ତୁ...ବିଶ୍ୱ ଐତିହ୍ୟ ସପ୍ତାହ: ଉତ୍କଳୀୟ କଳା, ସୂକ୍ଷ୍ମ ଭାସ୍କର୍ଯ୍ୟର ଆଇନା କୋଣାର୍କ

ପରମ୍ପରା ବଞ୍ଚାଇକୁ ଲକ୍ଷ୍ୟ:

ସେ ଆହୁରି ମଧ୍ୟ କହିଛନ୍ତି," ଜଂଘରେ ଘଣ୍ଟି ବାନ୍ଧି ଚାଲିବାରେ ବହୁ କଷ୍ଟ ହୁଏ । କିନ୍ତୁ ବାପା ଅଜା ଅମଳରେ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ମୁଁ ଅନବରତ ଚେଷ୍ଟା କରୁଛି । ଏହି ପରମ୍ପରାକୁ ବଞ୍ଚାଇ ରଖିବା ନୂତନ ପିଢ଼ି ଆଗ୍ରହ ପ୍ରକାଶ କରୁନଥିବା ବେଳେ ମୁଁ ବାଣପୁର ଅଞ୍ଚଳରୁ ଜଣେ ଯୁବକଙ୍କୁ ଶିଷ୍ୟ ଭାବେ ଗ୍ରହଣ କରି ତାଙ୍କୁ ଏ ଶିକ୍ଷା ପ୍ରଦାନ କରିଛି । "

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.