ETV Bharat / state

'ସୁଭଦ୍ରା'କୁ ନେଇ ଖୁସି ଖବର; 15 ଦିନରେ ସରିବ ରିଜେକ୍ସନ ଯାଞ୍ଚ, ଏହି ମାସରେ 21 ପୂରିଥିଲେ କରନ୍ତୁ ଆବେଦନ - SUBHADRA YOJANA ASSISTANCE

ଆସନ୍ତା ୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ମାସରେ 21 ପୂରିଥିଲେ କରିପାରିବେ ଆବେଦନ ।

Subhadra rejected application
Subhadra rejected application (ETV Bharat Odisha)
author img

By ETV Bharat Odisha Team

Published : Nov 28, 2024, 4:47 PM IST

ଭୁବନେଶ୍ୱର: ସୁଭଦ୍ରା ଯୋଜନା ନେଇ ବଡ ଅପଡେଟ୍ । ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିସାରିବା ପରେ ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୁଭଦ୍ରା ଯୋଜନାରେ ଲାଭ ଉଠାଇ ପାରିବେ ଯେଉଁମାନଙ୍କୁ ଏହି ମାସରେ (ଚଳିତ ମାସ- ନଭେମ୍ବର) 21 ପୂରିଲା । ସେମାନେ ବି ଆବେଦନ କଲେ ପାଇବେ ସୁଭଦ୍ରା ଟଙ୍କା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସେ ପୁଣି କହିଛନ୍ତି, ଏବେ ଜିଲ୍ଲାରେ ଆରମ୍ଭ ହୋଇଛି ଭେରିଫିକେସନ । ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ୱ ଦେଉଛି ବିଭାଗ । ମାଲକାନଗିରିରେ କାଲିଠାରୁ ଆରମ୍ଭ ହୋଇଛି ଭେରିଫିକେସନ । ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି । 15 ଦିନ ଭିତରେ ସବୁ ଯାଞ୍ଚ ସରିବ ବୋଲି କହିଛନ୍ତି ପ୍ରଭାତୀ ପରିଡା।

"ସେହିପରି ଏବେ ଯେଉଁ ଜିଲ୍ଲାରେ କମ ରେଜିଷ୍ଟ୍ରେସନ ହୋଇଛି ବେଶୀ ରିଜେକ୍ସନ ହୋଇଛି ସେହି ସ୍ଥାନକୁ ଅଧିକ ଫୋକସ କରାଯାଉଛି । ଏବେ ମାଲକାନଗିରିରେ ଦୁଇଟି ବ୍ଲକର ଦୁଇଟି ପଂଚାୟତରେ ରିଜେକ୍ସନ ରିପୋର୍ଟ ଆସିଥିଲା, ସେଠାରେ କାଲିଠାରୁ ଟିମ ପହଂଚିଛନ୍ତି । ସିଡିପିଓଙ୍କ ଦାୟିତ୍ବରେ ଭେରିଫିକେସନ ଚାଲିଛି। ଆମେ 15 ଦିନ ଭିତରେ ଯାଞ୍ଚ ଶେଷ କରିବୁ । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ସମସ୍ତେ ସୁଭଦ୍ରା ଟଙ୍କା ପାଇବେ," ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ-

  • ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା
  • ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ବ ଦିଆଯାଉଛି
  • ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ରିଜେକ୍ସନ

ଉପମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି, ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲା ଗୁଡିକରେ ରିଜେକ୍ସନ ଅଧିକ ରହିଛି ଏଣୁ ସେଗୁଡିକ ଭେରିଫିକେସନ ହେଉଛି।
ଯେଉଁମାନେ ପ୍ରଥମେ ଆବେଦନ କରିଥିଲେ ସେମାନେ ସର୍ଭର ଡାଉନ ପାଇଁ ଅଟକିଥିଲା ହୁଏତ ଦ୍ୱିତୀୟ ଥର ଆବେଦନ କରି ନାହାଁନ୍ତି । ଏଣୁ ରିଜେକ୍ସନ ଅଧିକ ହୋଇଛି । ପ୍ରତି ଜିଲ୍ଲାରେ 5 ହଜାର ଲେଖାଏଁ ହେଲେ ଟାର୍ଗେଟ ହୋଇଯିବ । କୋଟିଏ 6 ଲକ୍ଷ ଆବେଦନ ହୋଇଛି । 22 ପ୍ରତିଶତ ଭେରିଫିକେସନ ହୋଇଛି ବାକି ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଏହା ବି ପଢନ୍ତୁ-୨୦ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା, ପାଇଲେ ପ୍ରଥମ କିସ୍ତିରୁ ବାଦ୍ ପଡ଼ିଥିବା ମହିଳା

ଏହା ବି ପଢନ୍ତୁ- ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନା ଦ୍ବିତୀୟ କିସ୍ତି, ଆସିଲା ଆବେଦନ ଡେଡ୍‌ଲାଇନ୍‌; ବଣ୍ଡା ଘାଟି ଯିବେ ସରକାରୀ ଅଧିକାରୀ

ତେବେ ଆଗରୁ କହିଥିଲେ, ଆସନ୍ତା ମାର୍ଚ୍ଚ ୭ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିରେ ଶେଷ ପର୍ୟ୍ୟାୟ ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଆସିବ । ମାର୍ଚ୍ଚ ୮ ତାରିଖରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ । ତେବେ ୨ ଲକ୍ଷ ୬୭ ହଜାର ଅଯୋଗ୍ୟଙ୍କ ଭିତରୁ ଯେଉଁମାନଙ୍କର ଭୁଲ୍ ହେଇଥିଲା, ସେମାନଙ୍କର ରିଭ୍ୟୁ ଚାଲିଛି । ୨୨ ପ୍ରତିଶତ କାମ ସମାଧାନ ହେଇସାରିଛି , ଏବେ କେବଳ ଭେରିଫିକେସନ୍ ପରେ ସେମାନେ ଟଙ୍କା ପାଇବେ।

ତୃତୀୟ ପର୍ଯ୍ୟାୟରେ ମିଳିସାରିଛି ସୁଭଦ୍ରା ସହାୟତା-

3ଟି ପର୍ଯ୍ୟାୟରେ 80 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଛି । ଗତ 24 ତାରିଖରେ 20 ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ସୁନ୍ଦରଗଡ କାର୍ଯ୍ୟକ୍ରମରେ ସୁଭଦ୍ରା ଟଙ୍କା ଛାଡିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ବିଜେପି ସରକାରର ଫ୍ଲାଗସିପ୍ ଯୋଜନା ହେଲା 'ସୁଭଦ୍ରା ଯୋଜନା' । ନିର୍ବାଚନ ସମୟରେ ମହିଳା ଭୋଟ ଆଖିରେ ରଖି ଏପରି ପ୍ରତିଶୃତି ଦେଇଥିଲା ବିଜେପି । ଗତ ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଅଧିନରେ ଯୋଗ୍ୟ ହିତାଧିକାରୀ ଆଗାମୀ 5 ବର୍ଷ ପାଇଁ ବର୍ଷକୁ ଦୁଇଟି କିସ୍ତିରେ 5 ହଜାର ଲେଖାଏଁ 10 ହଜାର ଟଙ୍କାର ଆର୍ଥିକ ସହାୟତା ପାଇବେ । ଗୋଟିଏ କିସ୍ତି ରାକ୍ଷୀ ପୂର୍ଣ୍ଣିମାରେ ଏବଂ ଅନ୍ୟ କିସ୍ତିଟି ଅନ୍ତର୍ଜାତୀୟ ମହିଳା ଦିବସ (ମାର୍ଚ୍ଚ-8)ରେ ମିଳିବ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.