thumbnail

ସାରା ରାଜ୍ୟରେ ହକି ବିଶ୍ବକପ୍‌ କ୍ରେଜ୍‌, ଖୋର୍ଦ୍ଧାରେ ପହଞ୍ଚିଲା ଟ୍ରଫି

By

Published : Dec 26, 2022, 3:19 PM IST

Updated : Feb 3, 2023, 8:37 PM IST

ଖୋର୍ଦ୍ଧା : ବଢ଼ୁଛି ହକି ବିଶ୍ବକପ ଉତ୍କଣ୍ଠା । ସାରା ଦେଶରେ ପରିକ୍ରମା କରି ଫେରିଲା FIH ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଟ୍ରଫି । ଆଜି ଦିନ 11ଟା ସମୟରେ ନୟାଗଡ଼ରୁ ଆସି ଖୋର୍ଦ୍ଧା ଜିଲ୍ଲା ବର୍ଡର ବିଜିପୁର ଗେଟରେ ପହଞ୍ଚିଥିଲା ହକି ଟ୍ରଫି । ଏହାପରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ବିଧିବଦ୍ଧ ଭାବେ ନୟାଗଡ଼ ଜିଲ୍ଲା ପ୍ରଶାସନ ଠାରୁ ବିଶ୍ୱକପ ହକିର ଟ୍ରଫିକୁ ସ୍ୱାଗତ କରିଥିଲେ । ବୋଲଗଡ ସ୍ଥାନୀୟ ପ୍ରଶାସନ ସହଯୋଗରେ ଗୋପବନ୍ଧୁ ଛକ ନିକଟରେ ବିଶ୍ବ କପ ଟ୍ରଫିକୁ ବ୍ଲକ ତହସିଲ ପ୍ରଶାସନ ସହ ଛାତ୍ର ଛାତ୍ରୀ ,ଯୁବକ ସହିତ ମହିଳାଙ୍କ ସଂୟସହାୟକ ଗୋଷ୍ଠୀ ପକ୍ଷରୁ ସ୍ୱାଗତ ସମ୍ବର୍ନ୍ଧନା ଦିଆଯାଇଥିଲା । ବିଶ୍ବକପ ଟ୍ରଫି ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା । ସେହିପରି ବୋଲଗଡ଼ ପରେ ଟ୍ରଫିକୁ ବେଗୁନିଆର ଚକପଦାରେ ସ୍ୱାଗତ କରାଯାଇ ବ୍ଲକ ପରିକ୍ରମା କରାଯାଇଥିଲେ । ଏହାପରେ ଖୋର୍ଦ୍ଧା ଜିଲାରେ ବିଭିନ୍ନ ସଂଗଠନ, ଜିଲା ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ସୂଚନା ଅନୁସାରେ ଆସନ୍ତା 13 ତାରିଖରୁ ଆରମ୍ଭ ହେଉଛି ଓଡ଼ିଶା ପୁରୁଷ ହକି ବିଶ୍ବକପ । ଏଥିରେ 16ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ବିଶ୍ୱକପର ସମସ୍ତ ମ୍ୟାଚ ।ଇଟିଭି ଭାରତ, ଖୋର୍ଦ୍ଧା
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.