ETV Bharat / state

ମୋହନ ମାଝୀ ସରକାରଙ୍କ ବଡ଼ ପଦକ୍ଷେପ, ନିଯୁକ୍ତି ପାଇବେ ୧୬,୦୦୯ କନିଷ୍ଠ ଶିକ୍ଷକ - Recruitment of junior teachers

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିଯୁକ୍ତ ପତ୍ର ପ୍ରଦାନ କରିବେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : 2 hours ago

RECRUITMENT OF JUNIOR TEACHERS
RECRUITMENT OF JUNIOR TEACHERS (ETV Bharat Odisha)

ଭୁବନେଶ୍ବର: ପୂରଣ ହେବ ରାଜ୍ୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ । ଆସନ୍ତାକାଲି ନିଯୁକ୍ତି ପାଇବେ ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ । ରାଜ୍ୟର ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ (Schematic)ଙ୍କୁ ଆସନ୍ତାକାଲି(ଶନିବାର) ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ନିଯୁକ୍ତି ସମାରୋହ ଓ ନବନିଯୁକ୍ତ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ (Schematic)ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନର ଲକ୍ଷ୍ୟ:
ରାଜ୍ୟରେ ଶିକ୍ଷାଦାନକୁ ଗୁଣାତ୍ମକ କରିବା ଦିଗରେ ଏହି ନିଯୁକ୍ତି ଏକ ବଡ଼ ପଦକ୍ଷେପ ହେବ । ରାଜ୍ୟରେ ଶିକ୍ଷା ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ପିଲାଙ୍କ ଭବିଷ୍ୟତ ଗଢିବା ଦିଗରେ ଏହା ସହାୟକ ହେବ । ରାଜ୍ୟ ସରକାର ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନର ଲକ୍ଷ୍ୟ ରଖିଥିବା ବେଳେ ଏହି ପଦକ୍ଷେପ ଲକ୍ଷ୍ୟ ପୂରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

କେଉଁ ଜିଲ୍ଲାରୁ କେତେ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ହେବେ:
ଚୟନ ହୋଇଥିବା ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟରୁ ଅନୁଗୋଳ ଜିଲ୍ଲାରେ ୪୨୪ ଜଣ, ବାଲେଶ୍ୱର ଜିଲ୍ଲାରେ ୬୦୦ଜଣ, ବରଗଡ଼ରେ ୪୭୯ଜଣ, ଭଦ୍ରକ ୨୬୦ଜଣ, ବଲାଙ୍ଗିର ଜିଲ୍ଲାରେ ୧୦୮୦ଜଣ, ବୌଦ୍ଧ ଜିଲ୍ଲାରେ ୬୫ଜଣ, କଟକରେ ୮୯୩ଜଣ, ଦେବଗଡ଼ ୨୧ଜଣ, ଢେଙ୍କାନାଳ ଜିଲ୍ଲାରେ ୫୮୩ଜଣ, ଗଜପତି ଜିଲ୍ଲାରେ ୧୩ଜଣ, ଗଞ୍ଜାମରେ ୧୨୬୪ଜଣ, ଜଗତସିଂହପୁର ୮୮ଜଣ, ଯାଜପୁରରେ ୮୭୨ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୩୮ଜଣ, କଳାହାଣ୍ଡି ୮୧୧ ଜଣ ।

ଏହା ମଧ୍ୟ ପଢନ୍ତୁ....ତେଜୁଛି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି, ନବରଙ୍ଗପୁର-କୋରାପୁଟ ବନ୍ଦ - demand district based recruitment

ଏହା ମଧ୍ୟ ପଢନ୍ତୁ....ଓଡ଼ିଶାରେ ବଡ଼ ନିଯୁକ୍ତି : ୨୨୯୮ ହୋମଗାର୍ଡ ନିଯୁକ୍ତି ଦେବେ ମୋହନ ମାଝୀ ସରକାର - Home Guard Recruitment

ଏହା ମଧ୍ୟ ପଢନ୍ତୁ....ରେଳବାଇରେ ବଡ଼ ନିଯୁକ୍ତି ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ - RRB Recruitment 2024

ସେହିପରି କନ୍ଧମାଳ ଜିଲ୍ଲାରେ ୧୫୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରେ ୧୦୩୮ଜଣ, କେନ୍ଦୁଝର ଜିଲ୍ଲାରେ ୧୩୨୯ ଜଣ, ଖୋର୍ଦ୍ଧାରେ ୭୫୩ ଜଣ, କୋରାପୁଟରେ ୯୨୨ଜଣ, ମାଲକାନଗିରି ଜିଲ୍ଲାରେ ୫୫୫ଜଣ, ମୟୂରଭଞ୍ଜରେ ୮୨୭ ଜଣ, ନବରଙ୍ଗପୁର ଜିଲ୍ଲାରେ ୮୬୦ ଜଣ, ନୟାଗଡ଼ ଜିଲ୍ଲାରେ ୮୩ ଜଣ, ନୂଆପଡ଼ା ଜିଲ୍ଲାରେ ୨୨୧ ଜଣ, ପୁରୀ ଜିଲ୍ଲାରେ ୭୩୩ଜଣ, ରାୟଗଡ଼ା ଜିଲ୍ଲାରେ ୫୧୧ ଜଣ, ସମ୍ବଲପୁର ଜିଲ୍ଲାରେ ୨୧୮ ଜଣ, ସୁବର୍ଣ୍ଣପୁରରେ ୧୫୭ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୧୬୦ ଜଣ ନିଯୁକ୍ତି ପାଇବାକୁ ଯାଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.