ସ୍କ୍ରାପ ମେଟାଲରେ ହକି ବିଶ୍ୱକପ ଟ୍ରଫି - ବିଶ୍ୱକପ ଉଦଘାଟନୀ ଉତ୍ସବ

🎬 Watch Now: Feature Video

thumbnail

By

Published : Jan 6, 2023, 4:15 PM IST

Updated : Feb 3, 2023, 8:38 PM IST

କଟକ: ସ୍କ୍ରାପ ମେଟାଲରେ ହକି ବିଶ୍ବକପ ଟ୍ରଫି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। କଟକ ମଧୂପଟଣା ଅଞ୍ଚଳର ଭାସ୍କର୍ଯ୍ୟ ଶିଳ୍ପୀ ସଞ୍ଜୀବ କୁମାର ବିଶ୍ବାଳ ନିଆରା ଢଙ୍ଗରେ ନିର୍ମାଣ କରିଛନ୍ତି ଏହି ଟ୍ରଫି । ଯାହାର ଉଚ୍ଚତା 4 ଫୁଟ ରହିଥିବା ବେଳେ ଚଉଡା ଦେଢ଼ ଫୁଟ ରହିଛି। ଅଦରକାରୀ ସାମଗ୍ରୀ ଯେପରି,ସାଇକେଲ ଚେନ,ମଟର ସାଇକେଲର କ୍ରାଙ୍କ,ପିଚୁ ଡ୍ରମ,ତାଲା ଇତ୍ୟାଦି ଏହି ଟ୍ରଫିରେ ବ୍ୟବହାର ହୋଇଛି।ଆସନ୍ତା 8 ତାରିଖରେ ଜୁଡିସିଆଲ ଏକାଡେମୀ ଗାନ୍ଧୀ ପାର୍କରେ ଏହି ଟ୍ରଫିର ପ୍ରଦର୍ଶନୀ କରାଯିବ।ଏହାସହ ଏହି ଟ୍ରଫିକୁ ବିଶ୍ୱକପ ଉଦଘାଟନୀ ଉତ୍ସବ ସମୟରେ ଷ୍ଟାଡିୟମ ବାହାରେ ଟ୍ରଫିକୁ ପ୍ରଦର୍ଶନୀ କରିବା ନେଇ ସିଏମସି କତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ସଞ୍ଜୀବ ବିଶ୍ୱାଳ । ଏହି ଟ୍ରଫିକୁ ନିର୍ମାଣ କରିବା ପାଇଁ ଗୋଟିଏ ସପ୍ତାହ ସମୟ ଲାଗିଥିଲା ବେଳେ ମୋଟ 13 ହଜାର ଟଙ୍କା ଖର୍ଚ୍ଚ ହୋଇଥିବା କହିଛନ୍ତି । ଇଟିଭି ଭାରତ, କଟକ
Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.