ନୂଆଁଖାଇର ମହତ୍ତ୍ବ ଓ ଇତିହାସ ବୁଝାଇଲେ ବିଶ୍ଵ ଚେତନା ପରିଷଦର ସ୍ଵାମୀ ପରମାହଂସ - ବିଶ୍ଵ ଚେତନା ପରିଷଦର ସ୍ଵାମୀ ପରମାହଂସ

🎬 Watch Now: Feature Video

thumbnail

By

Published : Sep 1, 2022, 11:18 AM IST

Updated : Feb 3, 2023, 8:27 PM IST

ବଲାଙ୍ଗୀର: ଓଡ଼ିଶାର ଗଣ ପର୍ବ ନୂଆଁଖାଇ । ହସ ଉଲ୍ଲାସରେ ପାଳନ କରୁଛି ସମଗ୍ର ପଶ୍ଚିମ ଓଡ଼ିଶା । ତେବେ ଏହାର ମହତ୍ତ୍ଵ ଓ ବିଶେଷତ୍ଵ କଣ ରହିଛି, ଏହାକୁ ନେଇ ଆମ ସହିତ ଆଲୋଚନା କରିଛନ୍ତି ବିଶ୍ଵ ଚେତନା ପରିଷଦର ସ୍ଵାମୀ ପରମାହଂସ ସତ୍ୟପ୍ରଜ୍ଞନ ସରସ୍ଵତୀ ମହାରାଜା । ପଶ୍ଚିମ ଓଡ଼ିଶାରେ ମଧ୍ୟ କୃଷିରୁ ଉତ୍ପାଦିତ ଶସ୍ୟ ଆହରଣ ପୂର୍ବରୁ ଇଷ୍ଟ ଦେବା ଦେବୀଙ୍କୁ ଲାଗି କରିବାର ପ୍ରଥା ରହିଛି । ଯେଉଁଥିରେ ଗରିବରୁ ଧନୀ ସବୁ ବର୍ଗର ଲୋକେ ସାମିଲ ହୋଇଥାନ୍ତି । ହସ ଉଲ୍ଲାସରେ ଅତି ଆନନ୍ଦ ସହିତ ଦୁଇ ଦିନ ଧରି ଏହି ଗଣ ପର୍ବକୁ ପାଳନ କରିଥାନ୍ତି । ସବୁ ଶତ୍ରୁତା ଭୁଲି ଏକାଠି ଦେବା ଦେବୀଙ୍କ ଠାରେ ନୂଆ ଅନ୍ନ ଲାଗି କରି ପରେ ସମସ୍ତେ ଏକାଠି ଖାଇଥାନ୍ତି । ସେହିପରି ନାଚ ଗୀତରେ ନିଜକୁ ମସଗୁଲ ଏବଂ ନିଜ ନିଜକୁ ନୂଆଖାଇ ଶୁଭେଚ୍ଛା ତଥା ଜୁହାର ଭେଟ ହୋଇଥାନ୍ତି । ତେବେ ଏହି ପର୍ବ ଲୋକଙ୍କୁ ଏକ ସୂତ୍ରରେ ବାନ୍ଧିବାର ମଧ୍ୟ କାମ କରିଥାଏ । ତେଣୁ ଏହି ପର୍ବର ମହତ୍ତ୍ଵ ସବୁଠୁ ଅଧିକ ବୋଲି ସ୍ବାମୀ କହିଛନ୍ତି ।
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.