ବିଧାୟକ ସାଲୁଜାଙ୍କ ପୁଅଙ୍କୁ ମିଳିଲା ଜାମିନ, ୩ ମାସ ପରେ ମୁକୁଳିଲେ - ୩ ମାସ ପରେ ମୁକୁଳିଲେ ସେଜି ସିଂ
🎬 Watch Now: Feature Video
ବଲାଙ୍ଗୀର: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅଙ୍କୁ ମିଳିଲା ଜାମିନ । ସିନେମା ହଲରେ ଦବଙ୍ଗଗିରି ଅଭିଯୋଗରେ ସେ ଓ ତାଙ୍କର ୬ ଜଣ ସହଯୋଗୀଙ୍କୁ ୩ ମାସ ତଳେ ଗିରଫ କରିଥିଲା ପୋଲିସ । ତେବେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏହାପରେ ସେମାନେ ସମସ୍ତେ ପାଟଣାଗଡ଼ ଉପକରାଗାରରୁ ମୁକୁଳିଛନ୍ତି ।
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ଗତ ଫେବୃୟାରୀ ଏକ ତାରିଖରେ କଣ୍ଟାବାଞ୍ଜିସ୍ଥିତ ଆଲିସାନ ସିନେମା ହଲରେ ଗୁଣ୍ଡାଗର୍ଦ୍ଦି କରିଥିବା ଅଭିଯୋଗ ଆସିଥିଲା । ସେ ଓ ତାଙ୍କ ସହଯୋଗୀ ବନ୍ଧୁକ ମୁନରେ ସିନେମା ହଲ ମାଲିକଙ୍କୁ ଧମକ ଦେବା ସହ ବଟି ମାଗିଥିବା ନେଇ ସିନେମାହଲ ମାଲିକ ବେଳପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ବେଳପଡା ପୋଲିସ୍ ସେଜି ସିଂ ଓ ତାଙ୍କ ୬ ଜଣ ସହଯୋଗୀଙ୍କୁ ଗତ ଫେବୃୟାରୀ ୨ ତାରିଖରେ ଗିରଫ କରିଥିଲା । ଏହାପରେ ସେଜିଙ୍କର ଏକ ଜିମ ଉପରେ ଚଢାଉ କରି ସେଠାରୁ ନଗଦ ୧୯ ଲକ୍ଷ ଟଙ୍କା ଓ ୧୭ ଲିଟର ନାମିଦାମୀ ବିଦେଶୀ ମଦ ଜବତ କରିଥିଲା ପୋଲିସ । ଗିରଫ ସମସ୍ତଙ୍କୁ ପାଟଣାଗଡ଼ ଏସଡିଜେଏମ କୋର୍ଟଚାଲାଣ କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ଏମାନଙ୍କୁ ପାଟଣାଗଡ଼ ସବ୍ଜେଲରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ତେବେ ତିନି ମାସ ପରେ ଓଡ଼ିଶା ହାଇକୋର୍ଟ ଏମାନଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଫଳରେ ଆଜି ଏମାନେ ପାଟଣାଗଡ଼ ସବ୍ଜେଲରୁ ବାହାରି ଥିବା ତାଙ୍କ ଓକିଲ ବିଷ୍ଣୁ ପ୍ରସାଦ ଶର୍ମା କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର