ହେରାପଞ୍ଚମୀରେ ବାମନ ପର୍ଶୁରାମ ବେଶରେ ଶ୍ରୀଜିଉ, ରଥ ଭାଙ୍ଗିଲେ ମା' ଲକ୍ଷ୍ମୀ
🎬 Watch Now: Feature Video
ବୌଦ୍ଧ: ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଆସିଛନ୍ତି ମହାପ୍ରଭୁ । ବୌଦ୍ଧ ଜିଲ୍ଲାର ମାଉସୀ ମାଆ ମନ୍ଦିରରେ ଗତକାଲି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି । ଆଡପ ମଣ୍ଡପରେ ଶ୍ରୀଜିଉ ବାମନ ଓ ପର୍ଶୁରାମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସେପଟେ ଅଭିମାନିନୀ ମା' ଲକ୍ଷ୍ମୀ ଜଗନ୍ନାଥଙ୍କ ରଥକୁ ଭାଙ୍ଗିଥିଲେ । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଆଡପ ମଣ୍ଡପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ପ୍ରଭୁ ଶ୍ରୀଜଗନ୍ନାଥ ନିଜ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀକୁ ଯାତ୍ରା କରିଥିବା ବେଳେ ଏହାକୁ ନେଇ ମା' ଲକ୍ଷ୍ମୀ କ୍ଷୁବ୍ଧ ହୋଇ ଆଡପ ମଣ୍ଡପକୁ ଆସିଥିଲେ । ସେବାୟତଙ୍କ ଗହଣରେ ମା' ଲକ୍ଷ୍ମୀ ସ୍ବତନ୍ତ୍ର ବିମାନରେ ପହଞ୍ଚିବା ପରେ ସେଠାରେ ବଡଭାଇ ବଳଭଦ୍ରଙ୍କ ମୁଖାବରଣ ପରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ମାନ ଅଭିମାନ ମଧ୍ୟରେ ମା' ଲକ୍ଷ୍ମୀ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଆଉ ଫେରିବା ବାଟରେ ଓୟାରଲେସ ଛକରେ ଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥକୁ ବିଧି ମୁତାବକ ଭାଙ୍ଗିଥିଲେ ।
ଇଟିଭି ଭାରତ, ବୌଦ୍ଧ