thumbnail

ମୌସୁମୀର ପ୍ରଥମ ବର୍ଷାରେ ବେହାଲ ଭୁବନେଶ୍ୱର

By

Published : Jun 22, 2023, 6:19 PM IST

ଭୁବନେଶ୍ବର: ଲଗାଣ ବର୍ଷାରେ ବେହାଲ ହୋଇଛି ରାଜଧାନୀ ଭୁବନେଶ୍ବର। ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ କୋରାପୁଟ ଗଜପତି ଓ ମାଲକାନଗିରି ଦେଇ ଓଡିଶାକୁ ପ୍ରବେଶ କରିଛି। ତେବେ ଆଉ ଦୁଇଦିନ ମଧ୍ୟରେ ସାରା ଓଡିଶାକୁ ମୌସୁମୀ ଛୁଇଁବା ପାଇଁ ପାଗ ସମ୍ପୂର୍ଣ ଅନୁକୂଳ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା ପୂର୍ବରୁ ଉପକୂଳ ଅଞ୍ଚଳରେ ଜାରି ରହିଛି ପ୍ରାକ୍ ମୌସୁମୀ ଜନିତ ବର୍ଷା । 3 ଘଣ୍ଟା ଧରି ଲଗାଣ ବର୍ଷା ହୋଇଥିବାବେଳେ ବିଶେଷ ଭାବେ ଭୁବନେଶ୍ୱରରେ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳିଛି।  ଭୁବନେଶ୍ୱରରେ ୬୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ । 


ଓଲଡ ଟାଉନରୁ ଆରମ୍ଭ କରି ଇସ୍କନ ମନ୍ଦିର ଏପରିକି ବମିଖାଲ ଆଦି ଅଞ୍ଚଳରେ ପାଣି ଜମିଛି । ଲୋକମାନେ ରାସ୍ତାରେ ଯାଉଥିବା ସମୟରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କେଉଁଠି ଆଣ୍ଠୁଏ ଉଚ୍ଚର ପାଣିରେ ଲୋକେ ଯାଉଥିବା ଦେଖିବାକୁ ମିଲିଛି ତ ଆଉ କେଁଉଠି ସାଇକେଲ, ବାଇକ  ଓ ଚାରିଚକିଆ ଚାଳକ ଗାଡି ନେବାକୁ ଅସୁବିଧା ଭୋଗୁଥିବା ଦେଖିବାକୁ ମଳିଛି। କିଛି ସ୍ଥାନରେ ଗାଡି ଭାସିବା ସହ ଆପାର୍ଟମେଣ୍ଟରେ ପାଣି ପଶିଥିବା ମଧ୍ୟ ଦେଖିବାକୁ ମିଳିଛି। ଏପରିକି ଗାଡ଼ିରେ ପାଣି ପଶିଯିବାରୁ ଗାଡିକୁ ଠେଲି ଠେଲି ନେଇଛନ୍ତି ଲୋକେ। ଏହାସହ ସହରର ଅନେକ ସ୍ଥାନରେ ରାସ୍ତା କାମ ଚାଲୁଥିବାରୁ ବର୍ଷା ହେବାରୁ ରାସ୍ତାଗୁଡିକ ମଧ୍ୟ ମରଣଯନ୍ତା ପାଲଟିଥିବା କହିଛନ୍ତି ରାଜଧାନୀବାସୀ।

ତେବେ ମୌସୁମୀ ଆସିବା ପରେ ଅସହ୍ୟ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଥିବାବେଳେ ଚାଷ କରିବାକୁ ପାଗ ଅନୁକୂଳ ହୋଇଛି। ହେଲେ ଏଣିକି ମୌସୁମୀ ଜନିତ ବର୍ଷା ପାଇଁ ସହରର ଜଳବନ୍ଦୀ ସମସ୍ୟାକୁ ନେଇ ଚିନ୍ତାରେ ରାଜଧାନୀବାସୀ ।ତେଣୁ ଡ୍ରେନେଜ ମରାମତି ସହ ସେଥିରେ ସ୍ଲାପ ପକାଇବା ତଥା ବିଭିନ୍ନ ସ୍ଥାନରୁ ପାଣି ନିଷ୍କାସନ ପାଇଁ ବିଏମସିରୁ ଅନୁରୋଧ କରିଛନ୍ତି ରାଜଧାନୀବାସୀ । କାରଣ ଭୁବନେଶ୍ୱରରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ନ ହୋଇପାରୁନଥିବାରୁ ବର୍ଷା ଦିନ ଆସିଲେ ଭୟଭୀତ ଅବସ୍ଥାରେ ରହୁଛନ୍ତି ରାଜଧାନୀବାସୀ। ତେଣୁ ବିଏମସି ଏଥିପ୍ରତି ଧ୍ୟାନ ଦେବାକୁ ସେମାନେ ନିବେଦନ କରିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.