thumbnail

By

Published : Apr 14, 2023, 10:09 PM IST

ETV Bharat / Videos

ହନୁମାନ ଜୟନ୍ତୀ ନେଇ ଉତ୍ସବ ମୁଖର ପୂରପଲ୍ଲୀ

ଭବାନୀପାଟଣା: ହନୁମାନ ଜୟନ୍ତୀକୁ ନେଇ ଉତ୍ସବ ମୁଖର ପୂରପଲ୍ଲୀ ଠାରୁ ଆରମ୍ଭ କରି ଗଳିକନ୍ଦି । ସବୁଠି ହନୁମାନ ଜୟନ୍ତୀ ବେଶ ଆଡମ୍ବର ସହକାରେ ପାଳନ କରାଯାଇଛି। ଭବାନୀପାଟଣାରେ ମଧ୍ୟ ଧୁମଧାମରେ ପାଳନ କରାଯାଇଛି ହନୁମାନ ଜୟନ୍ତୀ ।  ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଛି ସାରା ଭବାନୀପାଟଣା। ଏହି ଅବସରରେ ରାମ ନବମୀ ମୋହତ୍ସବ ସମିତି ପକ୍ଷରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାସହ ହନୁମାନ କମିଟି ପକ୍ଷରୁ ମଧ୍ଯ ଶୋଭାଯାତ୍ରା କାର୍ଯ୍ଯକ୍ରମ କରାଯାଇଥିଲା।  ସହରରେ ଥିବା ବିଭିନ୍ନ ହନୁମାନ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।  ବିଭିନ୍ନ ସଂଗଠନମାନଙ୍କ ଦ୍ୱାରା ପ୍ରସାଦ ବଣ୍ଟନର ବ୍ୟବସ୍ଥା ମଧ୍ୟ କରାଯାଇଛି। ହନୁମାନ ଜୟନ୍ତୀ ଓ ଶୋଭାଯାତ୍ରାକୁ ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ହନୁମାନ ଜୟନ୍ତୀକୁ ନେଇ ପୋଲିସ ପକ୍ଷରୁ ପ୍ରଥମେ ଏକ ପିସ କମିଟି ବୈଠକର ଅନୁଷ୍ଠିତ ହୋଇଥିଲା । ପରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସମସ୍ତ ସଂଗଠନ ମାନଙ୍କୁ ଆନୁରୋଧ କରାଯାଇଥିଲା । 

ଇଟିଭି ଭାରତ, ଭବାନୀପାଟଣା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.