ଜ୍ଞାନପ୍ରଭା ମିଶନ ପ୍ରତିଷ୍ଠା ଦିବସ, ଯୋଗଦେଲେ ରାଷ୍ଟ୍ରପତି - ରାଷ୍ଟ୍ରପତିଙ୍କ ସମେତ ଯୋଗଦେଲେ ବହୁ ବରିଷ୍ଠ ବ୍ୟକ୍ତିତ୍ବ

🎬 Watch Now: Feature Video

thumbnail

By

Published : Feb 10, 2023, 11:06 PM IST

Updated : Feb 14, 2023, 11:34 AM IST

ଭୁବନେଶ୍ବର: ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ଉତ୍ସବ ଅନୁଷ୍ଠିତ ହୋଇଛି । ଭୁବନେଶ୍ବର ଉତ୍କଳ ମଣ୍ଡପଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠାତା ପରମହଂସ ପ୍ରଜ୍ଞାନନ୍ଦ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।

ମୁଖ୍ୟ ଅତିଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଏମସି ମେୟର ସୁଲୋଚନା ଦାସ ଓ ଜ୍ଞାନପ୍ରଭା ମିଶନର ସଭାପତି ଜ୍ୟୋତିର୍ମୟୀ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ । ଜ୍ଞାନପ୍ରଭା ମିଶନର ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସମେତ ସମସ୍ତ ସମ୍ମାନୀତ ଅତିଥି ଓ ଗୁରୁଜୀ ପରମହଂସ ପ୍ରଜ୍ଞାନନ୍ଦ ଜି ଅଭିଭାଷଣ ରଖିଥିଲେ ।  

ଶୁକ୍ରବାର ଦିଲ୍ଲୀରୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେରେ ଆସି ଦିନ ୧୧ଟା ୪୫ ମିନିଟ ସମୟରେ ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଡିଜିପି ସୁନୀଲ ବଂଶଲ, ମୁଖ୍ୟ ଶାସନ ସଚିବ ପ୍ରମୁଖ ମହାମହିମଙ୍କୁ ସ୍ବାଗତ କରିଥିଲେ । ଏହାପରେ ବିମାନ ବନ୍ଦରରୁ ରାଷ୍ଟ୍ରପତି ସିଧାସଳଖ ଉତ୍କଳ ମଣ୍ଡପ ଅଭିମୁଖେ ବାହାରି ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି, "ଆଜିର ସମାଜରେ ନାରୀମାନେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ର ଛଡ଼ା ଆଧ୍ୟାତ୍ମିକ କ୍ଷେତ୍ରରେ କିପରି ଆଗକୁ ଆସି ପାରିବେ ସେନେଇ ମହାମହିମ ତାଙ୍କର ଆଶୀର୍ବଚନ ଶୁଣାଇଥିଲେ । ନାରୀ ସଶକ୍ତିକରଣ ନେଇ ମଧ୍ୟ ସେ ତାଙ୍କର ବକ୍ତବ୍ୟରେ ଗୁରୁତ୍ବାରୋପ କରିଥିଲେ । ନିଜର ଛାତ୍ର ଜୀବନର ସ୍ମୃତିକୁ ମନେପକାଇ ଭାବବିହ୍ବଳ ହୋଇଥିଲେ ରାଷ୍ଟ୍ରପତି । ତାଙ୍କର ସଙ୍ଘର୍ଷମୟ କାହାଣୀ ନିଶ୍ଚିତ ଆଗାମୀ ପୀଢ଼ିକୁ ଦିଗ୍‌ଦର୍ଶନ ଦେବ ।" ସେହିଭଳି କାର୍ଯ୍ୟକ୍ରମକୁ ଗଣମାଧ୍ୟମକୁ ବାରଣ ନେଇ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ, "ମୋ କାର୍ଯ୍ୟକ୍ରମକୁ ସାମ୍ବାଦିକମାନେ ସବୁବେଳେ ଯାଇଥାନ୍ତି । ଯିଏ ଆପଣମାନଙ୍କୁ ମନା କରିଛି, ତାକୁ ସେ ସମ୍ପର୍କରେ ପଚାରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 14, 2023, 11:34 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.