ଗୋବର୍ଦ୍ଧନ ପୀଠରେ ଗୁରୁ ପୂର୍ଣ୍ଣିମା; ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଲେ ଭକ୍ତ
🎬 Watch Now: Feature Video
ପୁରୀ: ଭଗବତ୍ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ବାରା ପ୍ରତିଷ୍ଠିତ ପୁରୀ ଗୋବର୍ଦ୍ଧନ ମଠରେ ଆଷାଢ଼ ପୂର୍ଣ୍ଣିମାରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି । ସକାଳ ୮ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ପୀଠର ଆଚାର୍ଯ୍ୟ ଓ ପୂର୍ବାଚାର୍ଯ୍ୟମାନଙ୍କର ପୂଜନ ସ୍ଵାମୀ ନିର୍ବିକଳ୍ପାନନ୍ଦ ସରସ୍ଵତୀଙ୍କ ଦ୍ଵାରା ସମ୍ପନ୍ନ ହେବାପରେ ଦିନ ୧୦ଟା ଠାରୁ ଭକ୍ତମାନଙ୍କ ଦ୍ବାରା ପୀଠାଧିଶ୍ବର ପୂଜ୍ୟ ୧୪୫ତମ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭଗବତ୍ପାଦ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କ ପୌରୋହିତ୍ୟରେ ଗୋବର୍ଦ୍ଧନ ମଠ ସତ୍ସଙ୍ଗ ଭବନରେ ଏକ ଧର୍ମସଭା ଅନୁଷ୍ଠିତ ହେବ ।
ପୁରୀ ଗୋବର୍ଦ୍ଧନ ମଠ ପରିସରରେ ପବିତ୍ର ଗୁରୁ ପୂର୍ଣ୍ଣମୀ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଛି । ମହର୍ଷି ବ୍ୟାସଙ୍କ ଆଶୀର୍ବାଦରୁ ସମଗ୍ର ବିଶ୍ବ ଓ ରାଷ୍ଟ୍ରର କଲ୍ୟାଣ ହେଉ ବୋଲି ଗୁରୁ ପୂର୍ଣ୍ଣିମାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି । ରତ୍ନଭଣ୍ଡାର ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିରର ଧାର୍ମିକ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଗ୍ରହଣ କରିବା ପାଇଁ କହିଛନ୍ତି । ତେଣୁ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ମୋ ନିକଟକୁ ଆସିଲେ ମୁଁ ଉଚିତ୍ ପରାମର୍ଶ ଦେବି ବୋଲି କହିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ସେହିପରି ଭାରତର ସନାତନ ଧର୍ମ ବା ହିନ୍ଦୁ ଧର୍ମକୁ ସାରା ବିଶ୍ଵରେ ଅଧିକ ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ବ୍ୟକ୍ତି ଆଗେଇ ଆସିବାକୁ ଶଙ୍କରାଚାର୍ଯ୍ୟ ଆହ୍ଵାନ ଦେଇଛନ୍ତି । ସେପଟେ ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଭକ୍ତମାନେ ଜଗଦଗୁରୁଙ୍କୁ ପୂଜା କରିବା ସହ ଆଶୀର୍ବାଦ ନେଇଛନ୍ତି ।
ଇଟିଭି ଭାରତ, ପୁରୀ