କାର କି ଘୋଡାରେ ନୁହେଁ, ବିବାହ କରିବାକୁ ହେଲିକପ୍ଟର ଆସିଲା ବର

🎬 Watch Now: Feature Video

thumbnail

By

Published : Jan 28, 2023, 7:52 AM IST

Updated : Feb 3, 2023, 8:39 PM IST

ଜୟପୁର: ବିବାହ ଭଳି ଉତ୍ସବକୁ ଏକ ନିଆରେ ଢଙ୍ଗରେ କରିବାକୁ ସମସ୍ତଙ୍କ ଇଚ୍ଛା ଥାଏ । ପ୍ରତ୍ୟେକ ବର ଏବଂ କନ୍ୟା ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି । ଏପରି ଏକ ଭିନ୍ନ ଧରଣର ବିବାହ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ରାଜସ୍ଥାନ କୋଟା ଜିଲ୍ଲାରୁ ଏକ ଭିନ୍ନ ଧରଣର ବିବାହ ଦେଖିବାକୁ ମିଳିଛି । ସାଧାରଣତ ବର ବିବାହ କରିବା ପାଇଁ ଦାମୀଦାମୀ କାରରେ କି ଘୋଡାରେ ଆସୁଥିବା ଦେଖିବାକୁ ମିଳୁଥିବା ବେଳେ କୋଟିଆ ଜିଲ୍ଲାର ଏହି ବର କାର କି ଘୋଡାରେ ନୁହେଁ ବରଂ ହେଲିକପ୍ଟରରେ ଆସିଥିଲେ ।

କୋଟା ଜିଲ୍ଲାରେ ଏକ ଅନନ୍ୟ ବିବାହ ଦେଖିବା ପାଇଁ  ଅତିଥିମାନଙ୍କ ବ୍ୟତୀତ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ଏକତ୍ରିତ ହୋଇଥିଲେ । ବର ତାଙ୍କ ଜେଜେବାପାଙ୍କ ଇଚ୍ଛା ପୂରଣ କରିବା ପାଇଁ ଏପରି କରିଥିବା କହିଛନ୍ତି । ବର ସହିତ ତାଙ୍କ ଜେଜେବାପା ଏବଂ ଜେଜେମା ମଧ୍ୟ ହେଲିକପ୍ଟରରେ କନ୍ୟା ଘରକୁ ଆସିଥିଲେ । ଜେଜେବାପାଙ୍କ ଇଚ୍ଛା ପୂରଣ କରିବା ପାଇଁ ସୁନୀଲ ଏପରି କରିଥିବା କହିଛନ୍ତି ।

କୋଟା ଜିଲ୍ଲାର ବୃନ୍ଦା ଧର୍ମପୁରାର ସହରର ମୈର୍ଯ୍ୟ କଲୋନୀରେ ସୁନୀଲଙ୍କ ଘର । ସୁନୀଲଙ୍କ ଜେଜେବାପା କୃଷ୍ଣ ମୁରାରୀ ପ୍ରଜାପତି ଜଣେ ପ୍ରପୋର୍ଟି ଡିଲର ହୋଇଥିବା ବେଳେ ସୁନୀଲ ହୋଟେଲ ବିଜ୍‌ନେସ କରୁଥିବା ସୂଚନା ରହିଛି । ସୁନୀଲ କୈଳାଶ ପ୍ରଜାପତିଙ୍କ ଝିଅ ରେଖାଙ୍କୁ ବିବାହ କରିଛନ୍ତି । ଏହି ବିବାହ ବେଶ ଧୁମଧାମର ସହ ଗତ ଗୁରୁବାର ସମ୍ପର୍ଣ୍ଣ ହୋଇଥିଲା । ଏଭଳି ପରିସ୍ଥିତିରେ ସୁନୀଲ ତାଙ୍କ ଜେଜେବାପା ରାମ ଗୋପାଳ ଏବଂ ଜେଜେମା ରାମ ଭାରୋସିଙ୍କ ଇଚ୍ଛା ପୂରଣ କରିବା ପାଇଁ ଦିଲ୍ଲୀର ଏକ କମ୍ପାନୀରୁ ହେଲିକପ୍ଟର ଭଡ଼ା କରିଥିଲେ । 

ଏହି ହେଲିକପ୍ଟରଟି ବୃନ୍ଦା ଧର୍ମପୁରାର ସହରର କେଶୋରାଇପାଟନ ଅଞ୍ଚଳର ନୈନାନୀ ଫାର୍ମରେ ଅବତରଣ କରିଥିଲା । ସୁନୀଲ ତାଙ୍କ ଘରୁ ବରଯାତ୍ରୀଙ୍କ ସହିତ ନୈନାନୀ ଫାର୍ମରେ ପହଞ୍ଚିଥିଲେ । ଏହି ସମୟରେ ହେଲିକପ୍ଟରରେ ସୁନୀଲଙ୍କ ଜେଜେବାପା ରାମଗୋପାଲ, ଜେଜେମା ଭାରୋସି ଏବଂ ୬ ବର୍ଷର ମାର୍କଣ୍ଡି ସିଦ୍ଧାର୍ଥଙ୍କ ସହ ସୁନୀଲ କନ୍ୟା ଘରକୁ ଯାଇଥିଲେ । ବାକି ବରଯାତ୍ରୀ ତାଙ୍କର ପଛରେ କନ୍ୟା ଘରେ ପହଞ୍ଚିଥିଲେ । ହେଲିକପ୍ଟରଟି ଆସ୍ତା କଲେଜରେ ଗ୍ରାଉଣ୍ଡରେ ଅବତରଣ କରିଥିଲା ।  ସୁନୀଲ ଏବଂ ରେଖାଙ୍କ ବିବାହ ବେଶ ଧୁମଧାମରେ ସମ୍ପର୍ଣ୍ଣ ହେବା ପରେ ସୁନୀଲ କନ୍ୟାଙ୍କୁ ନେଇ ହେଲିକପ୍ଟରରେ ନିଜ ଘରକୁ ଫେରିଥିଲେ । ଏହି ଦୃଶ୍ୟକୁ ଦେଖିବା ପାଇଁ ଶତାଧିକ ଲୋକ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.