Watch: କଟକରେ ବନ୍ଦେ ଭାରତକୁ ଭବ୍ୟ ସ୍ୱାଗତ

By ETV Bharat Odisha Team

Published : Sep 24, 2023, 6:29 PM IST

thumbnail

କଟକ: ପୁରୀ-ରାଉରକେଲା ଦ୍ଵିତୀୟ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶରେ 9ଟି ସ୍ଥାନରେ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଏଥି ମଧ୍ୟରେ ଓଡ଼ିଶା ପାଇଁ ପୁରୀରୁ ରାଉରକେଲା ବନ୍ଦେ ଭାରତ ଟ୍ରେନର ମଧ୍ୟ ଶୁଭାରମ୍ଭ କରିଛନ୍ତି । ତେବେ ଏହି ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବରିଷ୍ଠ ବିଜେପି ନେତା ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମୋଡରେ ବନ୍ଦେ ଭାରତ ଟ୍ରେନ ଗୁଡ଼ିକର ଉଦ୍‌ଘାଟନ କରିବା ପରେ ଅପରାହ୍ନ ସମୟରେ ପୁରୀ-ରାଉରକେଲା ବନ୍ଦେ ଭାରତ ଟ୍ରେନ ଭୁବନେଶ୍ୱର ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିଲା । ତେବେ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତଟ ରେଳ ପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ସମେତ ବହୁ ବରିଷ୍ଠ ରେଳ ଅଧିକାରୀ ବନ୍ଦେ ଭାରତରେ ଯାତ୍ରା କରିଥିଲେ । ଯାତ୍ରା ସମୟରେ ଧର୍ମେନ୍ଦ୍ର ଓଡ଼ିଶାରେ ରେଳ ନେଟୱାର୍କ ପ୍ଲାଟଫର୍ମ ଗୁଡ଼ିକର ବିକାଶ ବିଷୟରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ତେବେ କଟକ ରେଳ ଷ୍ଟେସନ ଠାରେ ବନ୍ଦେ ଭାରତ ଟ୍ରେନ ପହଞ୍ଚିବା ପରେ ଟ୍ରେନକୁ ଭବ୍ୟ ସ୍ୱାଗତ କରଯାଇଥିଲା । ବାଜା ବାଣରେ କମ୍ପିଥିଲା କଟକର ଐତିହାସିକ ଷ୍ଟେସନ । ତେବେ କଟକରେ ଏହି ଉଦ୍‌ଘାଟନୀ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.