thumbnail

Governor Visits Puri: ଦାୟିତ୍ବ ନେବା ପରେ ମହାପ୍ରଭୁଙ୍କ ଆଶିଷ ନେଲେ ରାଜ୍ୟପାଳ ରଘୁବର ଦାସ

By ETV Bharat Odisha Team

Published : Nov 1, 2023, 2:49 PM IST

ପୁରୀ: ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କଲେ ନୂତନ ରାଜ୍ୟପାଳ ରଘୁବର ଦାସ । ଗତକାଲି(ମଙ୍ଗଳବାର) ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା ପରେ ଆଜି ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପସଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଏସପି କନୱର ବିଶାଳ ସିଂ ତାଙ୍କୁ ସ୍ବାଗତ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ସେହିପରି ସେବାୟତମାନେ ରାଜ୍ୟପାଳଙ୍କୁ ଖଣ୍ଡୁଆ ପାଟ ଦେଇ ସ୍ବାଗତ କରିଥିଲେ। 

ଏହାମଧ୍ୟ ପଢନ୍ତୁ..New Governor of Odisha: ସର୍ବୋଚ୍ଚ ପଦରେ ରଘୁବର; ଆଶାବାଦୀ ଓଡିଶା ଓ ଓଡିଆ

ପ୍ରଥମେ ପତିତପାବନଙ୍କ ଦର୍ଶନ କରିବା ପରେ ଭିତରକାଠ ନିକଟରୁ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିଥିଲେ ରାଜ୍ୟପାଳ । ପରେ ମା’ ମହାଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ସହ ଆଶିଷ ଲାଭ କରିଥିଲେ ରାଜ୍ୟପାଳ । ପ୍ରାୟ ଅଧ ଘଣ୍ଟାଏ ସେ ଶ୍ରୀମନ୍ଦିର ଭିତରେ ଅତିବାହିତ କରିଥିଲେ । ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ରାଜ୍ୟପାଳ ରଘୁବର ଦାସ । ତେବେ ଗତକାଲି ଶପଥ ନେବା ପରେ ଆଜି ମହାପ୍ରଭୁଙ୍କ ଦର୍ଶନ କରି ରାଜ୍ୟ ତଥା ଦେଶର ମଙ୍ଗଳକାମନା କରିଛନ୍ତି । ପରେ ସେ ପୁରୀ ରାଜଭବନରେ କିଛି ସମୟ ଅତିବାହିତ କରିବା ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । 
 

ଇଟିଭି ଭାରତ, ପୁରୀ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.