ମକରରେ ମନ କିଣୁଛି ବାବା ଗୋରଖନାଥ ପୀଠ, ରଙ୍ଗୀନ ଆଲୋକମାଳାରେ ଝଲସୁଛି ପୀଠ
🎬 Watch Now: Feature Video
Makara sankranti 2024: ଲକ୍ଷ୍ନୌ: ଆସନ୍ତାକାଲି ମକର ସଂକ୍ରାନ୍ତି । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ପୁରପଲ୍ଲୀ । ଉତ୍ସବମ୍ମୁଖର ହୋଇ ଉଠିଛି ଦେଶର ସମସ୍ତ ଦେବାବେବୀ ପୀଠ । ଏହାରି ଭିତରେ ଆଲୋକ ମାଳାରେ ସୁସଜ୍ଜିତ ହୋଇଛି ଉତ୍ତର ପ୍ରଦେଶର ବାବା ଗୋରଖନାଥ ପୀଠ । ମକର ସଂକ୍ରାନ୍ତି ପାଇଁ ବାବାଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନାର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ବିଶ୍ବାସ ରହିଛି ଏଠାରେ ଯାହା ମାନସିକ କରାଯାଏ, ତାହା ପୂରଣ ହୋଇଥାଏ । ତେଣୁ ବ୍ରତଧାରୀମାନେ ଏହି ପୀଠକୁ ଆସି ପୂଜାର୍ଚ୍ଚନା କରିଥାନ୍ତି ।
ତେବେ ମକର ସଂକ୍ରାନ୍ତିକୁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାଁରେ ପାଳନ କରାଯାଇଥାଏ । ବାବା ଗୋରଖନାଥ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରସଶନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତି ସମୟରେ ୩ ଦିନ ବ୍ୟାପୀ ଏହି ପର୍ବ ପାଳନ କରାଯାଏ । ପ୍ରଥମ ଦିବସରେ ଭୋଗୀ, ଦ୍ୱିତୀୟ ଦିବସରେ ପୋଙ୍ଗଲ ପର୍ବ ଏବଂ ଅନ୍ତିମ ଦିବସରେ କାନୁମୁ ପାଳନ କରାଯାଇଥାଏ । ଏହି ପର୍ବରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦିଆଯିବାର ବିଧି ମଧ୍ୟ ରହିଛି । ସମସ୍ତେ ଏକାଠି ହୋଇ ଭାଇଚାରାର ବାର୍ତ୍ତା ନେଇ ତିନି ଦିନ ବ୍ୟାପୀ ଏହି ପର୍ବ ପାଳିଥାନ୍ତି ।
ଏହା ମଧ୍ୟ ପଢନ୍ତୁ....ମକର ମେଳା ପାଇଁ ଚଳଚଞ୍ଚଳ ଅଟ୍ରି, ସୁରକ୍ଷା ବ୍ୟବସ୍ଥା କଡାକଡି
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ