ETV Bharat / bharat

ପୁଣି ଅଶାନ୍ତ ମଣିପୁର, ଏନକାଉଣ୍ଟରେ ୧୦ ସନ୍ଦିଗ୍ଧ ଆତଙ୍କୀ ନିପାତ - SUSPECTED MILITANTS KILLED

ମଣିପୁରରେ ଗୁଳି ବିନିମୟ । ଟଳିପଡ଼ିଲେ ୧୦ ସନ୍ଦିଗ୍ଧ ଆତଙ୍କୀ । ଦୁଇ ସିଆରପିଏଫ ସୁରକ୍ଷାକର୍ମୀ ଆହତ ।

Suspected Militants Killed
Suspected Militants Killed (ETV Bharat)
author img

By ETV Bharat Odisha Team

Published : Nov 11, 2024, 10:40 PM IST

ଇମ୍ଫାଲ: ମଣିପୁରରେ ଏନକାଉଣ୍ଟର । ଗୁଳି ବିନିମୟରେ ଟଳିପଡ଼ିଲେ ୧୦ ସନ୍ଦିଗ୍ଧ ଆତଙ୍କୀ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦୁଇ ଜଣ ସିଆରପିଏଫ ସୁରକ୍ଷାକର୍ମୀ ଆହତ ମଧ୍ୟ ହୋଇଛନ୍ତି । ତେବେ କିଛି ସମୟ ଧରି ଗୁଳି ବିନିମୟ ଫଳରେ ୧୦ ସନ୍ଦିଗ୍ଧ ଆତଙ୍କୀ ହୋଇଥିବା କୁହାଯାଉଛି । ଏହି ଅଞ୍ଚଳର ୫ ଜଣ ନିଖୋଜ ଅଛନ୍ତି । ପୋଲିସ ସେମାନଙ୍କ ସନ୍ଧାନ ପାଇଁ ଛାନଭିନ ଜାରି ରଖିଛି ।

ପୁଣି ଅଶାନ୍ତ ମଣିପୁର:

ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗୁରୁବାର ରାତିରେ ମଣିପୁରର ଜିରିବାମ ଜିଲ୍ଲାରେ କୁକି ସମ୍ପ୍ରଦାୟ ବସବାସ କରୁଥିବା ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କୀମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଫଳରେ ଜଣେ ମହିଳାଙ୍କ ଜୀବନ ଯାଇଥିଲା । ଖାଲି ସେତିକି ନୁହେଁ, ଉଗ୍ରବାଦୀମାନେ କୁକି ସମ୍ପ୍ରଦାୟର ପାଖାପାଖି ୧୦ଟି ଘର ଜାଳି ଦେଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ପାଲଟିଛି ମଣିପୁର । କହିରଖୁଛୁ, ଗତ ବର୍ଷ ମଣିପୁର ହିଂସା ସାରା ଦେଶର ଚିନ୍ତା ବଢାଇଥିଲା । ଏହି ହିଂସା ଯୋଗୁ ଅଶାନ୍ତ ପାଲଟିଥିବା ମଣିପୁର । ଏହାସହ ଅନେକଙ୍କ ଜୀବନ ଯାଇଥିବାର ନଜିର ମଧ୍ୟ ରହିଛି ।

ମଣିପୁର ହିଂସା:

ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଗତ ବର୍ଷ ମେ ୩ ତାରିଖରେ ବିବାଦ ଦେଖା ଦେଇଥିଲା । ଯାହା ପରବର୍ତ୍ତୀ ସମୟରେ ବଡ଼ ଧରଣର ହିଂସାର ରୂପ ନେଇଥିଲା । ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ଲାଗି ରହିଥିବା ହିଂସା କାରଣରୁ ପାଖାପାଖି ୨୩୦ ଜଣଙ୍କ ଜୀବନ ଗଲାଣି । ସେହିପରି ୬୫ ହଜାରରୁ ଅଧିକ ଲୋକ ନିଜର ବାସସ୍ଥାନ ହରାଇଛନ୍ତି । ସେମାନଙ୍କୁ ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିବାକୁ ପଡିଛି । ଆଜି ପୁଣି ଥରେ ଏହି ହିଂସାକୁ ନେଇ ବଡ଼ ଖବର ସାମନାକୁ ଆସିଛି । ଗୁଳି ବିନିମୟ ଫଳରେ ୧୦ ସନ୍ଦିଗ୍ଧ ଆତଙ୍କୀ ନିପାତ ହୋଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ...ମଣିପୁର ଜାତିଗତ ହିଂସା; ରାଷ୍ଟ୍ର ଓ ସମାଜର ବିଫଳତା - Manipur Violence

ଏହା ବି ପଢନ୍ତୁ...ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ନିକଟରେ ଭୟାବହ ଅଗ୍ନିକାଣ୍ଡ - Fire Near Manipur CM Bungalow

ଏହା ବି ପଢନ୍ତୁ...ମଣିପୁର ମୁଖ୍ୟମନ୍ତ୍ରୀଙ୍କ କାରକେଡ ଉପରେ ଆତଙ୍କୀ ହମଲା, ଏକାଧିକ ଯବାନ ଆହତ - Manipur cm Security Team attacked by Insurgents

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.