ETV Bharat / state

୩ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ 'କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ' - KENDRIYA GRIHMANTRI DAKSHATA PADAK

କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇବେ ଓଡ଼ିଶାର ୩ ପୋଲିସ ଇନ୍ସପେକ୍ଟର । କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ପାଇଁ ମିଳିବ ସମ୍ମାନ ।

Kendriya Grihmantri Dakshata Padak
Kendriya Grihmantri Dakshata Padak (ETV Bharat Odisha)
author img

By ETV Bharat Odisha Team

Published : Nov 11, 2024, 10:28 PM IST

ଭୁବନେଶ୍ବର: 'କେନ୍ଦ୍ର ଗୃହମନ୍ତ୍ରୀ ଦକ୍ଷତା ପଦକ' ପୁରସ୍କାର ଘୋଷଣା କରାଯାଇଛି । ରାଜ୍ୟର ୩ ପୋଲିସ ଇନ୍ସପେକ୍ଟରଙ୍କୁ ଏହି ପଦକ ମିଳିବ । ବିଭିନ୍ନ ଅପରାଧ ମାମଲାର ତଦନ୍ତ କରି ଉଲ୍ଲେଖନୀୟ ସଫଳତା ପାଇଥିବା ପୋଲିସ ଇନ୍ସପେକ୍ଟରଙ୍କୁ ଏହି ପୁରସ୍କାର ଦିଆଯିବ । ଗଜପତିର ପୋଲିସ ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ, ଗଞ୍ଜାମର ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, ମାଲକାନଗିରିର ରିଗନ କିଣ୍ଡୋ ଏହି ପୁରସ୍କାର ପାଇବେ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ଓଡ଼ିଶା ଡିଜିପି ୱାଇ.ବି ଖୁରାନିଆ ।

୩ ପୋଲିସ ଅଫିସରଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଦକ୍ଷତା ପଦକ:

'କେନ୍ଦ୍ର ଗୃହମନ୍ତ୍ରୀ ଦକ୍ଷତା ପଦକ', ପୋଲିସ ବାହିନୀ, ସୁରକ୍ଷା ସଂଗଠନ, ଗୁପ୍ତଚର ବିଭାଗ ଏବଂ ଫୋରେନସିକ୍ ସାଇନ୍ସ ଇତ୍ୟାଦି ବିଭାଗରେ ଏହି ପଦକ ପ୍ରଦାନ କରାଯାଇଥାଏ । ୨୦୨୪ ପାଇଁ ୪୬୩ ପୋଲିସ କର୍ମଚାରୀଙ୍କୁ ଏହି ପଦକ ଦିଆଯିବ‌ । ପଦକ ପାଇଁ ଚୟନ କରାଯାଉଥିବା ଅଫିସରଙ୍କୁ ମୂଲ୍ୟାଙ୍କନରେ ବା ସେମାନଙ୍କର ପ୍ରଦର୍ଶନ ବିଶେଷ କରି ସାହସ, ସାହସିକତା ଏବଂ ସୁରକ୍ଷା ବ୍ୟବସ୍ଥା ଆଦିରେ ଦିଆଯାଇଥାଏ । ଏହି ପଦକ ସୂଚନା ଗୃହ ମନ୍ତ୍ରଣାଳୟ ଉପରେ ଅଛି । ବିଶେଷ କରି ପଦକ ହେଉଛି ଅନୁସନ୍ଧାନ, ଇଣ୍ଟେଲିଜେନ୍ସ, ଫରେନସିକ୍ ସାଇନ୍ସରେ ପାରଦର୍ଶିତା ଦେଖାଇବାରେ ସକ୍ଷମ ଥିବା ଅଫିସରଙ୍କୁ ଚିହ୍ନଟ କରାଯାଇ ଏହି ସମ୍ମାନ ଦିଆଯାଏ । ନିଜ ତଦନ୍ତ ପ୍ରକ୍ରିୟା ଦ୍ବାରା ସଫଳତା ପାଇଥିବା ଓଡ଼ିଶାର ୩ ପୋଲିସ ଅଫିସର କେନ୍ଦ୍ର ଗୃହମନ୍ତ୍ରୀ ଦକ୍ଷତା ପଦକ ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି ।

ସମ୍ମାନିତ ହେବ ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ:

ତେବେ କେନ୍ଦ୍ର ଗୃହମନ୍ତ୍ରୀ ଦକ୍ଷତା ପଦକ ଭଳି ସମ୍ମାନଜନକ ପଦକ ପାଇବାକୁ ଥିବା ଗଜପତି ଜିଲ୍ଲାରେ କାର୍ଯ୍ୟରତ ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ କହିଛନ୍ତି ଯେ, ଏହା ତାଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ତାଙ୍କୁ ତାଙ୍କର କାର୍ଯ୍ୟଶୈଳୀ, ନିଷ୍ଠା ଓ ତଦନ୍ତର ଅନୁସନ୍ଧାନ କରି ଗଭୀରତାର ଏକ ନିଷ୍ଠାର ସହ ତଦନ୍ତରେ ସଫଳତା ପାଇବା ପାଇଁ ଏଭଳି ସମ୍ମାନ ଆଣିଦେଇଛି । ସେ କହିଛନ୍ତି ଯେ, ଯେତେବେଳେ ସେ ଗଞ୍ଜାମ ଜିଲ୍ଲା ପାଟପୁର ଥାନାରେ ଥିଲେ ସେତେବେଳେ ଏକ ଅପମୃତ୍ୟୁ ଘଟଣାର ମର୍ଡର ମିଷ୍ଟ୍ରି ଖୋଜି ବାହାର କରି ପର୍ଦ୍ଦାଫାସ କରିଥିଲେ । ଏହି ସଫଳତା ପାଇଁ ସେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦକ୍ଷତା ପଦକ ପାଇବାକୁ ଯାଉଛନ୍ତି ।

ଏହି ମୃତ୍ୟୁର ତଦନ୍ତ ପାଇଁ ମିଳିବ ସମ୍ମାନ:

୨୦୨୧ ମସିହାରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା‌ ରତନେଇ ପାହାଡ ଉପରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ଯାହାକୁ ନେଇ ସେଠାକାର ଏସ. ଗୋପାଳପୁର ପଞ୍ଚାୟତର ସରପଞ୍ଚଙ୍କ ରିପୋର୍ଟ ଆଧାରରେ ପାଟପୁର ଥାନା ପୋଲିସ ୫/୨୦୨୧ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ଘଟଣାସ୍ଥଳରୁ ମିଳିଥିବା ମହିଳାଙ୍କ କିଛି ଜିନିଷକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ହେଲେ ସେହି ଅଞ୍ଚଳ ସହ କ୍ରାଇମ ରେକର୍ଡ ଆଦି ଯାଞ୍ଚ କରି ମଧ୍ୟ ମୃତକଙ୍କ ପରିଚୟ ମିଳିପାରିନଥିଲା । କିଛିଦିନ ପରେ ଥାନା ଅଞ୍ଚଳର ସୁମନ୍ତପୁର ଗାଁର ୨ ଜଣ ବାପା ଓ ମାଆ ଆସି ତାଙ୍କ ଝିଅ କିଛିଦିନ ଧରି ନିଖୋଜ ଥିବା ଥାନାରେ ଜଣାଇଥିଲେ । ମୃତଦେହ ପାଖରୁ ମିଳିଥିବା ଜବତ ଜିନିଷ ଦେଖି ମୃତ ମହିଳା ଜଣଙ୍କ ତାଙ୍କ ଝିଅ ୩୨ ବର୍ଷିୟା ବନିତା ଗୌଡ ବୋଲି ଜାଣିବାକୁ ପାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଟ୍ରାଫିକ ନିୟନ୍ତ୍ରଣ-ପାଟ୍ରୋଲିଂ ପରିଚାଳନାରେ ଆସିବ ସ୍ବଚ୍ଛତା, ବଡି କ୍ୟାମେରା ପିନ୍ଧିଲେ ବ୍ରହ୍ମପୁର ଟ୍ରାଫିକ ପୋଲିସ

ଏହା ମଧ୍ୟ ପଢ଼ନ୍ତୁ...ସାମ୍ନାକୁ ଆସିବ ସତ, ବଡି କ୍ୟାମେରା ପିନ୍ଧିଲେ ପୋଲିସ, ରିସେପସନରେ ବାଧ୍ୟତାମୂଳକ

ଏନେଇ ପରିଚୟ ଚିହ୍ନଟ ପାଇ ବାପା ଓ ମାଆଙ୍କ ସହ ମୃତ ଯୁବତୀର ଡିଏନଏ ଟେଷ୍ଟ ହୋଇଥିଲା । ଡିଏନଏ ଟେଷ୍ଟ ରିପୋର୍ଟ ମେଳ ଖାଇବାରୁ ପରିଚୟ ସ୍ପଷ୍ଟ ହୋଇଥିଲା । ପରେ‌ ପୋଲିସ ୨୨୬/୨୧ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା । ତଦନ୍ତରେ ପ୍ରଥମେ ଘର ପାଖ ଲୋକଙ୍କୁ ପଚରାଉଚରା କରାଯାଇଥିଲା । ତଦନ୍ତ ବେଳେ ଜଣାପଡିଥିଲା ଯେ, ଯୁବତୀ ଜଣଙ୍କର ବିବାହ ହେଉନଥିବାରୁ ପାଖ ଅଞ୍ଚଳର ଆମ୍ବଗାଁର ଜଣେ ଚେରମୂଳି ଓ ଝଡାଫୁଙ୍କା କରୁଥିବା ଡାକ ଭୁଆଁ ନାମକ ଜଣେ ବିବାହିତ ଲୋକ ପାଖକୁ ଯାଉଥିଲେ । ଏପରିକି ତା କଥାରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ । ସେହି ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢିଥିଲା । ଉଭୟ ମଧ୍ୟରେ ସମ୍ପର୍କ ନିବିଡ ହେବାପରେ ଡାକ ଭୁଆଁ ଠାରୁ ଯୁବତୀ ଜଣଙ୍କ ୬ ହଜାର ଟଙ୍କା ଆଣିଥିଲା ।

ଟଙ୍କା ମାଗିବାରୁ ହତ୍ୟା:

ସେପଟେ ଡାକ ଭୁଆଁ ଯୁବତୀଙ୍କୁ ଦେଇଥିବା ଟଙ୍କା ମାଗିଥିଲା । କିନ୍ତୁ ଯୁବତୀ ଜଣଙ୍କ ଡାକ ଭୁଆଁକୁ ବିବାହ କରିବା କହି ଟଙ୍କା ଫେରାଇ ନଥିଲା । ଯେହେତୁ ଡାକ ଭୁଆଁ ବିବାହିତ ଥିଲା ତେଣୁ ଯୁବତୀଙ୍କୁ ନିଜ ରାସ୍ତାରୁ ହଟାଇବା ପାଇଁ ରତନେଇ ପାହାଡ ଉପରକୁ ନେଇ ଯାଇଥିଲା । ସେଠାେରେ ଯୁବତୀଙ୍କୁ ହତ୍ୟା କରିଥିଲା । ପରେ ହତ୍ୟା କରି ଯୁବତୀଙ୍କ କିଛି ଗହଣା ଆଣି ନିଜ ଘରେ ମାଟି ତଳେ ଲୁଚାଇ ରଖିଥିଲା‌ । ଘଟଣାର ତଦନ୍ତ କରି ଏହି ହତ୍ୟା ଘଟଣାର ପର୍ଦ୍ଦାଫାସ କରି ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ତେବେ ଏହି ଘଟଣାରେ ପ୍ରମାଣ ଜବତ ସହ ଅଭିଯୁକ୍ତକୁ କୋର୍ଟରେ ମଧ୍ୟ ଆଜୀବନ ସଜ୍ଜା କରାଇବାରେ ଯେଉଁ ତଦନ୍ତ ଓ ପ୍ରମାଣ ଭିର୍ତ୍ତିକ ତଥ୍ୟ ଉପସ୍ଥାପନା କରିଥିଲେ ସେହି ଘଟଣାର ତଦନ୍ତ ପାଇଁ ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲଙ୍କୁ ଏଭଳି ସମ୍ମାନ ମିଳିବାକୁ ଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.