ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ, ଭିଡିଓ ଭାଇରାଲ

🎬 Watch Now: Feature Video

thumbnail

By

Published : Apr 16, 2023, 8:13 AM IST

ଡେରାଡୁନ: ଉତ୍ତରାଖଣ୍ଡ ହଲଦ୍ବାନୀ ସହରର ଏକ ପେଟ୍ରୋଲ ପମ୍ପରେ କିଛି ଯୁବକଙ୍କ ଗୁଣ୍ଡାଗର୍ଦ୍ଦିର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏକ ପେଟ୍ରୋଲ ପମ୍ପର କିଛି କର୍ମଚାରୀଙ୍କ ସହିତ ମାରପିଟ କରୁଥିବା ବେଳର ଭିଡିଓ ଭାଇରାଲ ହୋଇଛି । ତେବେ ଏନେଇ ପେଟ୍ରୋଲ ପମ୍ପର ସଞ୍ଚାଳକ ଥାନାରେ ଅଭିଯୋଗ କରିଛନ୍ତି । ଯାହାର ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ଘଟଣା ସହରର କୁସୁମଖେଡ଼ା ନିକଟବର୍ତ୍ତୀ ଅବଦୁଲ୍ଲା ପେଟ୍ରୋଲ ପମ୍ପର ବୋଲି କୁହାଯାଉଛି ।

ତେବେ ପେଟ୍ରୋଲ ଭରିବାକୁ ନେଇ ବିବାଦ ଉପୁଜିବା ପରେ ଉତ୍ତ୍ୟକ୍ତ ଯୁବକ ମାନେ ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ସହ ମାରପିଟ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ କିଛି ଗୁଣ୍ଡା ଗାଡ଼ିରେ ପେଟ୍ରୋଲ ଭରିବା ପାଇଁ ସେହି ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ । ଏହି ସମୟରେ ସାମାନ୍ୟ ବଚସାରୁ ସେମାନେ ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ସହ ମାରପିଟ ଆରମ୍ଭ କରିଥିଲେ । ପମ୍ପର କର୍ମଚାରୀଙ୍କୁ କିଭଳି ଗୁଣ୍ଡାମାନେ ତଳେ ପକାଇ ମାରୁଛନ୍ତି, ତାହା ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି । ତେବେ ଏହି ଘଟଣାକୁ ନେଇ ପେଟ୍ରୋଲ ପମ୍ପ ସଙ୍ଘ ଓ ସଦସ୍ୟ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.