thumbnail

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ

By ETV Bharat Odisha Team

Published : Nov 21, 2023, 3:20 PM IST

ବଲାଙ୍ଗୀର: କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ରେ ଲାଗିଲା ନିଆଁ । ଆଜି ସକାଳୁ ବଲାଙ୍ଗୀର କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗିଥିଲା । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ମୁତାବକ, ଆଜି ସକାଳୁ ଛତିଶଗଡ଼ ରାୟପୁରରୁ ବିଶାଖାପାଟଣାକୁ ଯାଉଥିବା ମାଲବାହୀ ଟ୍ରେନ୍‌ର ଏକ ବଗିରେ ନିଆଁ ଲାଗିଥିଲା। ଏନେଇ କଣ୍ଟାବାଞ୍ଜି ଟିଟିଲାଗଡ ଷ୍ଟେସନ ନିକଟ ତୁରେକେଳା ଷ୍ଟେସନରେ ନିଆଁ ଲାଗିଥିବାର ଲୋକୋପାଇଲଟ ଜାଣିବାକୁ ପାଇଥିଲେ । ଏହାପରେ ସେ  ନିକଟ କଣ୍ଟାବାଞ୍ଜି ଷ୍ଟେସନକୁ ଏନେଇ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ମାଲବାହୀ ଟ୍ରେନ୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରିବାର ସଫଳ ହୋଇଥିଲା । ତେବେ ନିଆଁର କାରଣ ଏବେବି ଅସ୍ପଷ୍ଟ ଥିବା ବେଳେ ଏଥିରେ କେତେ କ୍ଷୟକ୍ଷତି ହୋଇଛି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ । 

ଏହା ମଧ୍ୟ ପଢନ୍ତୁ: ବାଲେଶ୍ବରରେ କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ
ଇଟିଭି ଭାରତ, ବଲାଙ୍ଗୀର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.