Global handwashing day: ‘ବିଶ୍ବ ହାତଧୁଆ ଦିବସ ଦେଖାଉଛି ସ୍ୱାସ୍ଥ୍ୟର ବାଟ’ - ବିଶ୍ବ ହାତ ଧୁଆ ଦିବସ

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 15, 2023, 7:50 PM IST

କୋରାପୁଟ: ଆଜି ବିଶ୍ବ ହାତ ଧୁଆ ଦିବସ । ଏହି ଅବସରରେ କୋରାପୁଟ ବ୍ଲକ ଅନ୍ତର୍ଗତ ଛାପର ଗ୍ରାମରେ ଶୋଭା ସଂଗଠନ ଦ୍ବାରା ପରିଚାଳିତ ଆସ୍ଥା ଶିଶୁ ସଦନରେ ପିଲାଙ୍କ ମଧ୍ୟରେ ହାତ ଧୁଆକୁ ନେଇ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଚଳିତ ବର୍ଷ ‘ଗ୍ଲୋବାଲ୍ ହ୍ୟାଣ୍ଡୱାଶିଂ ଡେ’ର ଥିମ୍ ହେଉଛି “ପରିଷ୍କାର ହାତ ଉପଲବ୍ଧ ଅଛି "(Clean Hands Are Within Reach) । ଏହାକୁ ଆଖିରେ ରଖି ଆଜି ପିଲାଙ୍କୁ ହାତ ଧୋଇବାର ଉପଯୁକ୍ତ ପଦ୍ଧତି ବିଷୟରେ ତାଲିମ ଦେବା ଦିଆଯାଇଥିଲା । ଏହି ବାର୍ତ୍ତାକୁ ପିଲାମାନଙ୍କୁ ବୁଝାଇବା ପାଇଁ ଗୀତ ମାଧ୍ୟମରେ ଅଭ୍ୟାସ କରାଯାଇଥିଲା । ଗ୍ଲୋବାଲ୍ ହ୍ୟାଣ୍ଡୱାସିଂ ଡେ ଗ୍ଲୋବାଲ୍ ହ୍ୟାଣ୍ଡୱାସିଂ ପାର୍ଟନରସିପ୍ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ।  
 

ପ୍ରଥମ ଗ୍ଲୋବାଲ୍ ହ୍ୟାଣ୍ଡୱାସିଂ ଡେ 2008ରେ ଅନୁଷ୍ଠିତ ହୋଇଥିଲା । ଯେତେବେଳେ ବିଶ୍ବର 70 ରୁ ଅଧିକ ଦେଶରେ ପିଲାମାନେ ସାବୁନରେ ହାତ ଧୋଇଥିଲେ । 2008 ପରଠାରୁ ବଭିନ୍ନ ଦେଶରେ ଆକ୍ଟୋବର 15 ତାରିଖରେ ହାତଧୁଆ କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଆସୁଛି ।  ଗ୍ଲୋବାଲ୍ ହ୍ୟାଣ୍ଡୱାଶିଂ ଡେରେ ସରକାର, ବିଦ୍ୟାଳୟ, ନାଗରିକ ସମାଜ ସଂଗଠନ, ଏନଜିଓ, ବେସରକାରୀ କମ୍ପାନୀ, ବ୍ୟକ୍ତିବିଶେଷ ଏବଂ ଅନ୍ୟମାନଙ୍କ ଦ୍ୱାରା ଅନୁମୋଦିତ ହୋଇପାରିଛି ।


ଇଟିଭି ଭାରତ, କୋରାପୁଟ
 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.