RathaKhala Halchal: ତୁମ୍ବ ନିର୍ମାଣ ଶେଷ ପରେ ହେଲା ବିନ୍ଧ ଅନୁକୂଳ

By

Published : Apr 29, 2023, 4:26 PM IST

thumbnail

ପୁରୀ: ରଥ ନିର୍ମାଣକୁ ନେଇ ଚଳଚଞ୍ଚଳ ରଥଖଳା । ରଥ ନିର୍ମାଣକାରୀ ସେବକମାନେ ସକାଳ ୮ଟା ସୁଦ୍ଧା ରଥଖଳାଠାରେ ଉପସ୍ଥିତ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଆଜି ତୁମ୍ବରେ ବିନ୍ଧ ଅନୁକୂଳ ହୋଇଛି। ବିନ୍ଧ ପରେ ଅର ସଂଯୋଗ ହେବ। ତିନିରଥର ମୋଟ ୪୨ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏତଦବ୍ୟତୀତ ୩ ରଥର ମହାରଣାମାନେ ପାହି ମହାରଣାଙ୍କ ସହଯୋଗରେ ତୁମ୍ବ ଗୁଡିକରେ ସୁତା ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କରତି ସେବକମାନେ ତିନି ରଥ ମହାରଣାମାନଙ୍କୁ ୨ଟି ଲେଖାଁଏ ତୁମ୍ବର ଘେର କାଟି ଯୋଗାଇ ଦେଇଛନ୍ତି। ନନ୍ଦିଘୋଷ ରଥର ୧୬ଗୋଟି ଗୋଲେଇ ତୁମ୍ବ ମଧ୍ୟରୁ ୧୩ଗୋଟି ତୁମ୍ବରେ ସୁତା ବାଡ଼ିଆ କାର୍ଯ୍ୟଶେଷ ହୋଇଥିଲା ବେଳେ, ତାଳଧ୍ବଜ ରଥ ଏବଂ ଦେବୀ ରଥର ଗୋଲେଇ ତୁମ୍ବଗୁଡିକରୁ ୧୦ଟି ଲେଖାଁଏ ତୁମ୍ବରେ ସୁତା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି । ୩ରଥର ସୁତାବାଡ଼ିଆ ସରିଥିବା ତୁମ୍ବ ଗୁଡିକରବଳକା ଅଂଶର ଠେକ ତୁଲିଆ କାର୍ଯ୍ୟ ଜାରି ରହିଛି । ଦୋଳବେଦୀରେ ଥିବା ଅସ୍ଥାୟୀ କମାର ଶାଳରେ କମାର ସେବକମାନେ ଲୁହା ରଡ୍‌ କାଟି ୬/୭" ସାଇଜର ଅର କଣ୍ଟା ପ୍ରସ୍ତୁତ କରୁଛନ୍ତି । ପ୍ରତି ରଥ ଚକ ପାଇଁ ୩୨ଗୋଟି ଅରକଣ୍ଟା ଆବଶ୍ୟକ ହୋଇଥାଏ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.