ପୁରୀରେ "ଘରେ ଘରେ କଂଗ୍ରେସ ଘରେ ଘରେ ହାତ" ଅଭିଯାନ - Puri news

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 6, 2023, 6:45 AM IST

ପୁରୀ: ନିର୍ବାଚନ ପାଖେଇ ଆସୁଥିବାରୁ ଲୋକଙ୍କ ପାଖକୁ ପହଞ୍ଚୁଛି କଂଗ୍ରେସ । କଂଗ୍ରେସର ପକ୍ଷରୁ ଆରମ୍ଭ ହୋଇଛି "ଘରେ ଘରେ କଂଗ୍ରେସ ଘରେ ଘରେ ହାତ" କାର୍ଯ୍ଯକ୍ରମ । ଏହି ପରିପ୍ରେକ୍ଷୀରେ ପୁରୀ ନଗର କଂଗ୍ରେସ ତରଫରୁ ମଧ୍ୟ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମଗୁରୁବାର ପୁରୀର ପ୍ରସିଦ୍ଧ ସିଦ୍ଧମହାବୀର ମନ୍ଦିର ପ୍ରାଙ୍ଗଣରୁ ଏକ ପଦଯାତ୍ରା ଆରମ୍ଭ ହୋଇଥିଲା । ଏହି ଅଭିଯାନରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦୁର୍ନିତୀ ବିରୋଧରେ ଲୋକଙ୍କୁ ସଚେତନ କରିବ କଂଗ୍ରେସ । ପୁରୀ ନଗର କଂଗ୍ରେସର ସଭାପତି ଅମରେନ୍ଦ୍ର ପାଇକରାୟଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରାରେ ଶହଶହ କର୍ମୀ ଯୋଗଦେଇଥିଲେ । 

ଅମରେନ୍ଦ୍ର ପାଇକରାୟ କହିଛନ୍ତି,"ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟନାୟକଙ୍କ ଆହ୍ଵାନ କ୍ରମେ ଗତ ସେପ୍ଟେମ୍ବର 25ରୁ ଅକ୍ଟୋବର 15 ଯାଏଁ ଏହି ସ୍ଵତନ୍ତ୍ର ଅଭିଯାନ ଓ ପଦଯାତ୍ରା ସାରା ଓଡ଼ିଶାରେ ଅନୁଷ୍ଠିତ ହେଉଛି । ବିଶେଷ କରି ବିଜେପି ଓ ବିଜେଡି ସରକାରର ଭ୍ରଷ୍ଟାଚାର, ଦୁର୍ନୀତି, ବିରୋଧରେ ଲୋକଙ୍କୁ ସଚେତନ କରାଇବା ସହ ଆଗାମୀ ନିର୍ବାଚନରେ ଓଡ଼ିଶାର ପ୍ରଗତି ପାଇଁ କଂଗ୍ରେସ ହିଁ ଏକ ମାତ୍ର ବିକଳ୍ପ ବୋଲି ଲୋକଙ୍କୁ ବାର୍ତ୍ତା ଦିଆଯାଇଛି । ବିଜେପି ଓ ବିଜେଡ଼ି ସରକାରର ପ୍ରତିଶ୍ରୁତି କିଭଳି ପାଣିର ଗାର ପାଲଟିଛି, ବିଜେଡି ସରକାରର 23 ବର୍ଷ ଶାସନରେ ହୋଇଥିବା ମହାଦୁର୍ନୀତି ବିଷୟରେ ଲୋକଙ୍କୁ ସଚେତନା କରାଯାଉଛି ।"

ସେହିପରି କୃଷି ଓ କୃଷକଙ୍କ ସମସ୍ୟା, ବେକାର ଯୁବକଯୁବତୀଙ୍କ ନିଯୁକ୍ତି ସମସ୍ୟା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଅବସ୍ଥା, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି, ନାରୀ ନିର୍ଯାତନା କିଭଳି ବୃଦ୍ଧି ପାଇଛି ତାହା ଲୋକଙ୍କୁ ସଚେତନା କରାଯାଉଛି । ଅନ୍ୟପଟେ କଂଗ୍ରେସ ଶାସନ ସମୟରେ କୃଷି ଓ କୃଷକର ଉନ୍ନତି ପାଇଁ 31 ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ ବ୍ୟବସ୍ଥା, ଶୀତଳ ଭଣ୍ଡାର ସ୍ଥାପନ, ନଦୀ ବନ୍ଧ, ଉଠା ଜଳ ସେଚନ ବ୍ୟବସ୍ଥା, କୃଷି ଭିତ୍ତିକ ଶିଳ୍ପ ସ୍ଥାପନ, ବିଭିନ୍ନ ଗବେଷଣା ପାଇଁ କେନ୍ଦ୍ର ସ୍ଥାପନ, ଶିଳ୍ପାଞ୍ଚଳ ଗଠନ କରାଯାଇ କିଭଳି ଓଡ଼ିଶାର ଉନ୍ନତି କରାଯାଇଥିଲା । ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ସଚେତନ କରାଉଛି କଂଗ୍ରେସ । 

ଏହା ମଧ୍ୟ ପଢନ୍ତୁ...ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା ତୁରନ୍ତ କରାଯାଉ: ଶ୍ରୀକାନ୍ତ ଜେନା

ସେହିପରି ପୁରୀ ସହରକୁ ଐତିହ୍ୟ ସହର କରିବା ଆଳରେ ସବୁ ଐତିହ୍ୟ ନଷ୍ଟ କରାଯାଉଛି, ସହରବାସୀଙ୍କୁ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ କରିଛି କଂଗ୍ରେସ।  ଶ୍ରୀମନ୍ଦିର ଚାରି ଦ୍ୱାର ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ମଧ୍ୟ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ପୁରୀ ନଗର କଂଗ୍ରେସ ଚେତାବନୀ ଦେଇଛି । ଏହି ପଦଯାତ୍ରାରେ ଜିଲ୍ଲା କଂଗ୍ରେସର ସଭାପତି, ବରିଷ୍ଠ ନେତା, କର୍ମୀ ଯୋଗ ଦେଇଥିଲେ । 
 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.