ଟିମ୍ ଇଣ୍ଡିଆର ଜର୍ସି ପିନ୍ଧିଲେ ଜର୍ମାନ ଫୁଟବଲ ତାରକା, ଭାରତୀୟ ଦଳକୁ ଜଣାଇଲେ ଶୁଭେଚ୍ଛା

By ETV Bharat Odisha Team

Published : Nov 14, 2023, 11:15 AM IST

thumbnail

ହାଇଦ୍ରାବାଦ: ବିଶ୍ବକପରେ ବୁଧବାର ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ସେମିଫାଇନାଲ ମ୍ୟାଚ ଖେଳିବାକୁ ଯାଉଛି । ଏହା ପୂର୍ବରୁ ଭାରତୀୟ ଦଳର ଜର୍ସି ପିନ୍ଧି ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ଜର୍ମାନ ଫୁଟବଲ ତାରକା ଥୋମାସ ମୁଲର । ସେ ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ।  ଯେଉଁଥିରେ ବିସିସିଆଇ ତରଫରୁ ତାଙ୍କ ନିକଟକୁ ପଠାଯାଇଥିବା ଭାରତୀୟ ଜର୍ସିକୁ ସେ ବକ୍ସରୁ ବାହାର କରି ପିନ୍ଧିଥିବା ଦେଖିବାକୁ ମିଳିଛି । ଜର୍ସି ଦେଖି ସେ ବେଶ୍ ଖୁସି ପ୍ରକାଶ କରିଥିବା ଭିଡିଓରେ ଦେଖାଯାଇଛି । ଜର୍ସିର ନମ୍ବର 25 ରହିଥିବା ବେଳେ ଏଥିରେ ତାଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି । ଏଥିପାଇଁ ସେ ଟିମ ଇଣ୍ଡିଆକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଭିଡିଓର କ୍ୟାପସନରେ ଥୋମାସ ମୁଲର ଲେଖିଛନ୍ତି, ''ଦେଖ ବିରାଟ କୋହଲି, ଜର୍ସି ପାଇଁ ଟିମ ଇଣ୍ଡିଆକୁ ଧନ୍ୟବାଦ । ବିଶ୍ବକପ ମ୍ୟାଚ ପାଇଁ ଶୁଭେଚ୍ଛା ।''  

ଏହା ମଧ୍ୟ ପଢନ୍ତୁ-World Cup 2023: ଟିମ୍‌ ଇଣ୍ଡିଆ ପ୍ରଦର୍ଶନରେ ସନ୍ତୁଷ୍ଟ ଫିଲ୍ଡିଂ କୋଚ୍‌, କହିଲେ ମୋମେଣ୍ଟମ ଆମ ସହ ଅଛି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.