ମନେରେଗା ଯୋଜନାରେ ମିଳୁନି ପ୍ରାପ୍ୟ, ଆନ୍ଦୋଳନକୁ ଓହ୍ଲାଇଲେ ଗାଁ ସାଥି - ଆନ୍ଦୋଳନକୁ ଓହ୍ଳାଇଲେ ଗାଁ ସାଥି

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 15, 2023, 8:37 AM IST

ନବରଙ୍ଗପୁର: ମନେରେଗା ଯୋଜନାରେ କାର୍ଯ୍ୟ କରୁଛନ୍ତି ଗାଁ ସାଥି । କିନ୍ତୁ ପ୍ରାପ୍ୟ ପ୍ରଦାନ କରାନଯିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ନବରଙ୍ଗପୁର ଜିଲ୍ଲାର 10 ଗୋଟି ବ୍ଲକର ସମସ୍ତ ଗାଁ ସାଥୀ ବା ମେଟ୍ ସଂଘ । ଗତ 15 ବର୍ଷ ଧରି ମନରେଗା ଯୋଜନାରେ କାର୍ଯ୍ୟକରି ଆସୁଥିଲେ ମଧ୍ୟ ଏଇ, ଜେଇ, ଠିକାଦାର ଓ ପ୍ରଶାସନ ତରଫରୁ ତାଙ୍କୁ ଅଣଦେଖା କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଗୁରୁବାର 6 ଦଫା ଦାବି ନେଇ ଧାରଣାକୁ ଓହ୍ଲାଇବା ସହ ନବରଙ୍ଗପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଘେରାଉ କରିଥିଲେ ଗାଁ ସାଥି । ଜବ କାର୍ଡ ଧାରୀ ମାନଙ୍କୁ ବର୍ଷକୁ 100 ଦିନ କାମ ପରିବର୍ତ୍ତେ 200 ଦିନର କାମ ସୁନିଶ୍ଚିତ କରିବା, ଗାଁ ସାଥି ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ରାଶି 8 ହଜାର କରିବା, ସମସ୍ତ ଲାଇନ୍ ଡିପାର୍ଟ ମେଣ୍ଟରେ ମେଟ୍ ମାନଙ୍କୁ ନିୟୋଜିତ କରିବା, ଗାଁ ସାଥି ମାନଙ୍କ ନିମନ୍ତେ ଡ୍ରେସ କୋର୍ଡ କରିବା, ଜବ କାର୍ଡଧାରୀ ମାନଙ୍କ ଦୈନିକ ମଜୁରୀ 237 ଟଙ୍କା ପରିବର୍ତ୍ତେ 322 ଟଙ୍କା କରିବା ଦାବି କରିଛନ୍ତି ଗାଁ ସାଥି । ଆଗାମୀ 15 ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଗାଁ ସାଥି ବା ମେଟ୍ ସଂଘ ।  

ଏହା ମଧ୍ୟ ପଢନ୍ତୁ-ଅନ୍ଦୋଳନକୁ ଓହ୍ଲାଇଲେ ଗାଁ ସାଥି ସଂଘ, ଜିଲ୍ଲାପାଳଙ୍କୁ ସାତ ଦଫା ଦାବି ପତ୍ର ପ୍ରଦାନ

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.