thumbnail

By

Published : May 14, 2023, 9:14 AM IST

ETV Bharat / Videos

କଂଗ୍ରେସର ହେଲା କର୍ଣ୍ଣାଟକ, ଉତ୍ସବ ପାଳିଲା ଗଞ୍ଜାମ କଂଗ୍ରେସ

ବ୍ରହ୍ମପୁର: ବାଣ ଫୁଟୁଛି ନାରାରେ କମ୍ପୁଛି ଗଞ୍ଜାମ । ଏ ଉତ୍ସବ ବିଜୟର । କର୍ଣ୍ଣାଟକ କଂଗ୍ରେସର ହେବା ପରେ ସେଲିବ୍ରେସନ କରିଛି ଗଞ୍ଜାମ ଜିଲ୍ଲା କଂଗ୍ରେସ । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟ ପରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ତରଫରୁ ବିଜୟ ଉତ୍ସବ ପାଳନ ହୋଇଛି । ବ୍ରହ୍ମପୁର ସହରର କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିପୁଳ ବିଜୟ ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଜୟ ମନାଇଛନ୍ତି ସଦସ୍ୟ । ସ୍ଥାନୀୟ ବାପୁଜୀ ଆଶ୍ରମ ଠାରେ କଂଗ୍ରେସ ଦଳ ପକ୍ଷରୁ ମିଠା ଓ ବାଣ ଫୁଟାଇ କର୍ଣ୍ଣାଟକ ଜନମତକୁ ସ୍ବାଗତ କରାଯାଇଥିଲା । ସମ୍ପ୍ରଦାୟିକଦାବାଦୀ ଓ ବିଭେଦକାରୀ ଶକ୍ତି ବିପକ୍ଷରେ ଏହା ଜନମତ ବୋଲି ଦଳ ପକ୍ଷରୁ କୁହାଯାଇଛି । 

ରାହୁଲ ଗାନ୍ଧୀଙ୍କର ଭାରତଯୋଡ଼ ଯାତ୍ରାର ପ୍ରଭାବ ଓ ଶାନ୍ତିକାମୀ କର୍ଣ୍ଣାଟକରେ ଘୃଣା ସୃଷ୍ଟିକାରୀ ବିଜେପି ଓ ନରେନ୍ଦ୍ର ମୋଦିଙ୍କୁ ପ୍ରତ୍ୟାଖ୍ୟାନ କରିଥିବାରୁ କଂଗ୍ରେସ କର୍ମୀମାନେ ଖୁସିବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପିସିସି ମୁଖପାତ୍ର ପୀତବାସ ପଣ୍ଡା,ମୁନା ରେଡି,ମହେଶ୍ବର ପାତ୍ର, ଭୀମରାଜୁ ରେଡି ଓ ଶଙ୍କର ଅଧିକାରୀ ପ୍ରମୁଖ ସାମିଲ ଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.