ଜମୁଛି ଗଣେଶ ପୂଜା: ମନମୋହୁଛି ବଡଗଣେଶ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମୁଛନ୍ତି ରାଜଧାନୀବାସୀ - ବିଭିନ୍ନ ମଣ୍ଡପରେ ଲାଗିଛି ଭକ୍ତଙ୍କ ଭିଡ
🎬 Watch Now: Feature Video
Published : Sep 24, 2023, 9:44 PM IST
ଭୁବନେଶ୍ବର: ଉଠୁଛି ପଡୁଛି ରାଜଧାନୀ । ଗଜାନନଙ୍କ ଧରାବତାରଣ ପୁଲକିତ ହେଉଠିଛି ପରିବେଶ । ବିଭିନ୍ନ ମଣ୍ଡପରେ ଲାଗିଛି ଭକ୍ତଙ୍କ ଗହଳି । ରଙ୍ଗୀନ ଆଲୋକମାଳା ସହ ବିଭିନ୍ନ ଡିଜାଇନର ତୋରଣରେ ଝଲସି ଉଠିଛି ସାରା ସହର । ତୋରଣକୁ ନେଇ ପ୍ରତିଯୋଗିତା ଭକ୍ତଙ୍କ ଉତ୍ସାହକୁ ଦୁଇ ଗୁଣ କରିଛି । ବଡ଼ଗଡ଼ର ପୂଜା ମଣ୍ଡପରେ ରାଜଧାନୀର ବଡ ଗଣେଶ । ନୟାପଲ୍ଲୀ ଶ୍ରୀ ଆଖଣ୍ଡଳମଣି ସେବା ସଦନ ପୂଜା ମଣ୍ଡପରେ ଏଥରର ଆକର୍ଷଣ ସାଜିଛି ବାଲ ଗଣେଶ । ୫୫ ଫୁଟ ମୂର୍ତ୍ତି ସହ ୧୦ କେଜି ରୂପ ପାଦରେ ଶ୍ରଦ୍ଧାଳୁଙ୍କୁ ବେଳ ଆକର୍ଷିତ କରୁଛି । ଏହାସହ ସନ୍ଧ୍ୟା ସମୟରେ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମରେ ଉଠୁଛି ପଡୁଛି ରାଜଧାନୀ । ଅନ୍ୟପଟେ ସହିଦନଗର ଉଇନର ଆସୋସିଏସନ ପକ୍ଷରୁ ଜମୁଛି ଗଣେଶପୂଜା । 46 ଫୁଟର ମୂର୍ତ୍ତି ସହ କାଳୀୟଦଳନ ବେଶରେ ଦର୍ଶନ ଦେଉଛନ୍ତି ଅଗ୍ରପୂଜ୍ୟ । ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବେଶ ଧୁମଧାମରେ ପୂଜା ଚାଲିଥିବା ବେଳେ ଆହୁରି ତିନିଦିନ ଚାଲିବ ପୂଜା । ବିଭିନ୍ନ ବେଶରେ ଗଣେଶଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ଦେଖିବ ଲାଗୁଛି ରାଜଧାନୀବାସୀଙ୍କ ଭିଡ ।
ଏହା ମଧ୍ୟ ପଢନ୍ତୁ...ବୁଢ଼ା-ଟୋକା-ପିଲା ଗଣେଶଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା, ମାସେ ଧରି ପୂଜା ପାଇବେ ଗଜାନନ
ଇଟିଭି ଭାରତ, ଭୁବନେଶ୍ବର