ଗଣେଶ ପୂଜାରେ ଚଳଚଞ୍ଚଳ ରାଉରକେଲା, ଆକର୍ଷଣୀୟ ତୋରଣରେ ଝଲସୁଛି ପୂଜା ମଣ୍ଡପ

By ETV Bharat Odisha Team

Published : Sep 20, 2023, 7:49 AM IST

thumbnail

ରାଉରକେଲା: ରାଉରକେଲାରେ ଧୁମଧାମରେ ପାଳନ ହୋଇଯାଇଛି ଗଣେଶ ପୂଜା । ରାଉରକେଲାର ବିଭିନ୍ନ ସ୍ଥାନରେ ବହୁ ଆଡ଼ମ୍ବରରେ ବିଘ୍ନହର୍ତ୍ତାଙ୍କ ପୂଜା କରାଯାଇଛି । ସୁନ୍ଦର ସୁନ୍ଦର ତୋରଣ ସାଙ୍ଗକୁ ଆକର୍ଷଣୀୟ ମୂର୍ତ୍ତି ଯାହା ବେଶ ଆକର୍ଷିତ କରୁଛି । ସହରର ବାସନ୍ତୀ କଲୋନୀ, ଛେଣ୍ଡ କଲୋନୀ VSS ମାର୍କେଟ, BSNL ଛକ ଆଦି ଅଞ୍ଚଳରେ ସୁନ୍ଦର ମେଢ଼ ସାଙ୍ଗକୁ ଆକର୍ଷଣୀୟ ତୋରଣ କରାଯାଇଛି । ତେବେ ଟେଡି ବିୟର କପଡାରେ ତିଆରି ଆକର୍ଷଣୀୟ ଭାସ୍କର୍ଯ୍ୟରେ ସଜେଇ ହୋଇଥିବା ଭିଏତନାମର ଏକ ଆକର୍ଷଣୀୟ ତୋରଣ ଯାହା ଲୋକଙ୍କୁ ଆକର୍ଷଣ କରିଛି ।  ଅନ୍ୟପକ୍ଷରେ BSNL ଛକରେ ଭାରତର ସକ୍ସେସ ମିଶନ୍ ଚନ୍ଦ୍ରଯାନ ତୋରଣକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି । ଚନ୍ଦ୍ରଯାନର ସୁନ୍ଦର ତୋରଣ ଆଖି ଝଲସିଲା ଭଳି ହୋଇଛି । ଏହା ସାଙ୍ଗକୁ 18 ଫୁଟ ଉଚ୍ଚରେ ଥିବା ଏହି ଆଶ୍ଚର୍ଯ୍ୟଜନକ ସଂରଚନାରେ ଭଗବାନ ଗଣେଶଙ୍କ ଏକ ପରିବେଶ ଅନୁକୂଳ ମୂର୍ତ୍ତି ଶୋଭା ପାଉଛି । ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି । ସେହିପରି ଭିଡ ଏଡ଼ାଇବାକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । 

ଏହା ମଧ୍ୟ ପଢନ୍ତୁ- ଗଜାନନଙ୍କ ପୂଜା ପାଇଁ ଚଳଚଞ୍ଚଳ ଜଟଣୀ, ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ସହର
 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.