thumbnail

By ETV Bharat Odisha Team

Published : Sep 19, 2023, 6:58 PM IST

Updated : Sep 20, 2023, 11:47 AM IST

ETV Bharat / Videos

Ganesh Chaturthi Pandal: ଚନ୍ଦ୍ରଯାନ-3ର ସଫଳ କାହାଣୀ ବଖାଣିଲା ଗଣେଶ ପୂଜା ପେଣ୍ଡାଲ୍‌

ପାଟନା: ବିଘ୍ନ ବିନାୟକ, ବିଦ୍ୟାଦାତା ପ୍ରଭୁ ଶ୍ରୀଗଣେଶଙ୍କ ଜନ୍ମ ତିଥିକୁ ଧୁମଧାମର ସହ ପାଳନ କରୁଛି ସାରା ଦେଶ । ଗଜାନନଙ୍କ ଆକର୍ଷଣୀୟ ମୂର୍ତ୍ତି ସାଙ୍ଗକୁ ପୂଜା ମଣ୍ଡପର ସାଜସଜ୍ଜା ମଧ୍ୟ ଦେଖିଲା ପରି ହୋଇଛି । ଶ୍ରଦ୍ଧାଳୁଟିଏ ଏହି ସୌନ୍ଦର୍ଯ୍ୟ ସାଜସଜ୍ଜାକୁ ଦେଖି ବିମୋହିତ ହୋଇଛି ଶ୍ରଦ୍ଧାଳୁ । ତେବେ ଚଳିତ ବର୍ଷ ପୂଜା ପଣ୍ଡାଲ୍‌ ଦେଶର ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ସଫଳତା ବଖାଣୁଥିବା ଚନ୍ଦ୍ରଯାନ-3ର ମଡେଲ ଦେଖିବାକୁ ମିଳିଛି । ବିହାର ରାଜଧାନୀ ପାଟନାଠାରେ ଗଣେଶ ପୂଜା ପଣ୍ଡାଲ୍‌ରେ ଭାରତର ସଫଳ 3ୟ ମୁନ୍‌ ମିଶନର ମଡେଲ ସ୍ଥାନିତ କରାଯାଇଛି । ଏହି ଐତିହାସିକ ସଫଳତାର ଝଲକ ପୂଜା ମାହୋଲକୁ ଆହୁରି ଦ୍ବିଗୁଣିତ କରିଛି । ଖାଲି ବିହାର ନୁହେଁ, ଚଳିତ ବର୍ଷ ଦେଶର ଅନେକ ସ୍ଥାନରେ ପୂଜା ମଣ୍ଡପରେ ଇସ୍ରୋର ଏହି ସଫଳତାର ଝଲକ ଦେଖାଇଛନ୍ତି। ଛତିଶଗଡ଼ ରାୟପୁର, ତାମିଲନାଡୁ, କୋଲକାତାରେ ମଧ୍ୟ ଚନ୍ଦ୍ରଯାନ-3ର ମଡେଲକୁ ଡେକୋରେଟ କରାଯାଇଛି । ସୂଚନା ଥାଉ କି ଜୁଲାଇ 14 ତାରିଖରେ ଚନ୍ଦ୍ରଯାନ-3 ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ଅଗଷ୍ଟ 23 ତାରିଖରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 20, 2023, 11:47 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.