ଗଜଲକ୍ଷ୍ମୀ ପୂଜାରେ ଭିନ୍ନ ପରମ୍ପରା, ମା' ଲକ୍ଷ୍ମୀଙ୍କ ପାଖରେ ଦୃଶ୍ୟମାନ ଧଳା ପେଚା

By ETV Bharat Odisha Team

Published : Nov 3, 2023, 10:56 PM IST

thumbnail

କେନ୍ଦ୍ରାପଡା:  ମା' ଲକ୍ଷ୍ମୀଙ୍କ ନିକଟରେ ଲାଗି ହେଲା ୧୦୮ ପଦ୍ମ ଫୁଲ । କେନ୍ଦ୍ରାପଡାରେ ଚିତାକର୍ଷକ ସାଜିଥିବା ଚଳିତ ବର୍ଷର ଗଜଲକ୍ଷ୍ମୀ ପୂଜାରେ ଖଡ଼ିଅଙ୍ଗ ପୂଜା ମଣ୍ଡପରେ ଦୈବୀ ଆବାହନରେ କରାଯାଇଥାଏ । ସୁନିଆ ଦିନ ଦେବୀ ଲକ୍ଷ୍ମୀଙ୍କ ପାଇଁ ନିକଟସ୍ଥ ଗୋବରୀ ନଦୀରୁ ମାଟି ଉଠାଇବା ପରେ ଏକ ଧଳା ପେଚା ଖଡ଼ିଅଙ୍ଗ ପୂଜା ମଣ୍ଡପ ଉପରେ ଦୃଶ୍ୟମାନ ହୋଇଥାଏ । ସେହିପରି ଉକ୍ତ ପେଚାଟି ବିସର୍ଜ୍ଜନ ରାତିରେ ହିଁ କେଉଁଆଡେ ଚାଲିଯାଏ ବୋଲି କହିଛନ୍ତି କମିଟିର ସଭାପତି ।  

ଅନ୍ୟ ଏକ ପରମ୍ପରା ଅନୁଯାୟୀ, ମା' ଲକ୍ଷ୍ମୀଙ୍କ ପୂଜାରେ କର୍ତ୍ତା ସାଜିଥିବା ଶଙ୍କର୍ଷଣ ପଣ୍ଡାଙ୍କ ବଂଶର ବୋହୁ ନିତିଦିନ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କ ନିକଟରେ ମାଣବସା ଗୁରୁବାର ବ୍ରତ ବହି ପାଠ କରିଥାନ୍ତି । ଏଠାରେ ମୃଣ୍ମୟୀ ମୂର୍ତ୍ତି ଭାବେ ୧୯୩୩-୩୪ ମସିହାରୁ ଗଜଲକ୍ଷ୍ମୀଙ୍କୁ ପୂଜା କରାଯାଇ ଆସୁଛି ବୋଲି କମିଟିର ସଭାପତି କହିଥିବା ବେଳେ ସହରର ସର୍ବ ପୁରାତନ ମେଢ଼ ଭାବେ ଓ ପ୍ରଥମ ଚାନ୍ଦି ମେଢ଼ ଭାବେ ଖଡ଼ିଅଙ୍ଗ ପୂଜା କମିଟିର ନାଁ ରହିଛି । 

ମା'ଙ୍କ ନିକଟରେ ମାନସିକ କଲେ ଅପୁତ୍ରିକ ପୁତ୍ର ଲାଭ ଓ ଧନଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେହିପରି ମିରପାଟଣାରେ ଅନ୍ୟ ଏକ ମେଢ଼  ପୂଜା ପାଇଆସୁଛନ୍ତି ଦ୍ରୌପଦୀ ବସ୍ତ୍ରହରଣ ମୂର୍ତ୍ତି । ନାରୀକୁ ସମ୍ମାନ ଓ ନାରୀର ଲୁହରେ ପରମ ପରାକ୍ରମୀ କୁରୁ ବଂଶ ଧ୍ୱଂସ ହେବା ବିଶ୍ୱାସ ନେଇ ୧୯୫୪ ମସିହାରୁ ଏହି ମଣ୍ଡପରେ ପୂଜା ହୋଇ ଆସୁଛି ବୋଲି କହିଛନ୍ତି ସ୍ଥାନୀୟ କାଉନସିଲର ।

ଏହା ମଧ୍ୟ ପଢ଼ନ୍ତୁ.....ଗଜଲକ୍ଷ୍ମୀଙ୍କ ଆବାହନରେ ଉତ୍ସବ ମୁଖର ଶିଳ୍ପ ନଗରୀ, ପୂଜା ବୁଲାର ମଜା ନେଉଛନ୍ତି ଦର୍ଶକ

ଇଟିଭି ଭାରତ, କେନ୍ଦ୍ରାପଡ଼ା  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.