ମାଆଙ୍କୁ ମେଲାଣି, ଲାଇଟ ସାଉଣ୍ଡ ସହ ନୃତ୍ୟ ଗୀତରେ କମ୍ପିଲା ସହର - ବିଦାୟ ନେଲେ ମାଆ ଗଜଲକ୍ଷ୍ମୀ
🎬 Watch Now: Feature Video


Published : Nov 9, 2023, 6:38 AM IST
ଅନୁଗୋଳ: ଶିଳ୍ପନଗରୀ ଅନୁଗୋଳ ସହରରୁ ବିଦାୟ ନେଉଛନ୍ତି ଧନଦାତ୍ରୀ ମା' ମହାଲକ୍ଷ୍ମୀ । ଭସାଣି ଶୋଭାଯାତ୍ରା ସହ ବାଜାବାଣ ଆଧୁନିକ ଓ ପାରମ୍ପରିକ ନୃତ୍ୟ ଗୀତରେ ମାଆଙ୍କୁ ମେଲାଣି ଦେଇଛନ୍ତି ଅନୁଗୋଳବାସୀ । 11 ଦିନର ପୂଜା ପରେ ଆଜି ଜିଲ୍ଲାବାସୀ ମାଆଙ୍କୁୁ ବିଦାୟ ଦେଉଛନ୍ତି । ବାଜା ବାଣ ଓ ନାଚ ଗୀତରେ ଫାଟି ପଡୁଛି ପୁରା ସହର । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମେଢ଼ଗୁଡିକ ନିଜ ନିଜ ମଣ୍ଡପରୁ ବାହାରି ଅନୁଗୋଳ ଥାନା ଛକରେ ଏକାଠି ହୋଇଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ମେଳଣ ଶୋଭାଯାତ୍ରା । ସୁସଜ୍ଜିତ ମେଢ଼ ସହ ଅତ୍ୟାଆଧୁନିକ ଲାଇଟ ଓ ସାଉଣ୍ଡ ସୋ'ରେ ଫାଟି ପଡିଥିଲା ସହର ।
ଏହାମଧ୍ୟ ପଢନ୍ତୁ..ଧରାଧାମରୁ ଧନଦାତ୍ରୀଙ୍କୁ ମେଲାଣି, ପୁଣି ଆରବର୍ଷକୁ ଅପେକ୍ଷା
ତା ସାଙ୍ଗକୁ ଜମିଥିଲା ପାରମ୍ପରିକ ଲୋକ ନୃତ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ନୃତ୍ୟ ଦଳଙ୍କ ନୃତ୍ୟ । ଏହାକୁ ଦେଖିବା ପାଇଁ ପୁରା ସହର ହୋଇଯାଇଥିଲା ଲୋକାରଣ୍ୟ। ପୂର୍ବାହ୍ନ 4ଟାରୁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଥାନା ଛକରୁ କଞ୍ଚାନ ବଜାର ଦେଇ ବସ୍ଷ୍ଟାଣ୍ଡ୍ ରାଜାଛକ ଦେଇ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ବିଳମ୍ବିତ ରାତି ଯାଏଁ ଏହି ଶୋଭାଯାତ୍ରା ଚାଲିଥିଲା । ପରେ ମେଢ଼ଗୁଡ଼ିକ ନିକଟସ୍ଥ ଜଳାଶୟରେ ବିସର୍ଜନ କରାଯାଇଥିଲା ।
ଇଟିଭି ଭାରତ, ଅନୁଗୋଳ