Watch: ଜି-୨୦ ପାଇଁ ଦିଲ୍ଲୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

By ETV Bharat Odisha Team

Published : Sep 8, 2023, 2:10 PM IST

thumbnail

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ହସିନା ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲେ । ସେଠାରେ ତାଙ୍କୁ କେନ୍ଦ୍ର ବୟନ ଶିଳ୍ପ ଏବଂ ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ ସ୍ବାଗତ କରିଛନ୍ତି । ପାରମ୍ପରିକ ନୃତ୍ୟ ପରିବେଷଣ ସହ ଶେଖ୍ ହସିନାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଆସନ୍ତାକାଲି ଜି-୨୦ ସମ୍ମିଳନୀ ଥିବାରୁ ଆଜି ବିଶ୍ବନେତାମାନଙ୍କ ଆଗମନ ଜାରି ରହିଛି । ଆଉ କିଛି ସମୟ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଦିଲ୍ଲୀରେ ପହଞ୍ଚିବେ । ସେହିପରି ସନ୍ଧ୍ୟା ୭ଟାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ତେବେ ପୂର୍ବରୁ ଋଷିଆ ଓ ଚୀନ ରାଷ୍ଟ୍ରପତି ଜି-୨୦ ବୈଠକକୁ ଆସିପାରିବେନି ବୋଲି ସୂଚନା ଦେଇଥିବା ବେଳେ ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସାନଚେଜ୍ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାରୁ ଆସିବେ ନାହିଁ ।

ଏହାମଧ୍ୟ ପଢନ୍ତୁ: G20 Summit: ଦିଲ୍ଲୀରେ ପହଞ୍ଚିଲେ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.