G20 gala Dinner: ସଙ୍ଗୀତର ସୁରେ ସୁରେ ନୈଶ୍ୟ ରାତ୍ରିଭୋଜନ, ଏମିତି ଥିଲା ବିଶ୍ବନେତାଙ୍କ ଡିନର ନାଇଟ୍‌

By ETV Bharat Odisha Team

Published : Sep 10, 2023, 3:49 PM IST

thumbnail

ନୂଆଦିଲ୍ଲୀ: ଭାରତ ଅଧ୍ୟକ୍ଷତାରେ ଜାତୀୟ ରାଜଧାନୀ ଦିଲ୍ଲୀରେ 2 ଦିନିକିଆ ଜି-20 ସମ୍ମିଳନୀ ଆଜି ଶେଷ ହୋଇଛି । ଗତକାଲି ପ୍ରଥମ ଦିନରେ ବୈଠକ ଶେଷ ପରେ ଡିନର ଟେବୁଲରେ ପୁଣି ଏକାଠି ହୋଇଥିଲେ ବିଶ୍ବନେତା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଆୟୋଜିତ ହୋଇଥିବା ନୈଶ୍ୟ ରାତ୍ରି ଭୋଜନ ବେଶ ରୋମାଞ୍ଚକର ରହିଥିଲା । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ବିଦେଶୀ ଅତିଥିମାନେ ଭାରତର ପାରମ୍ପରିକ ସଙ୍ଗୀତ ତାଳେ ତାଳେ ପାରମ୍ପରିକ ସୁସ୍ବାଦୁ ବ୍ୟଞ୍ଜନର ମଜା ନେଇଥିଲେ । ଗୋଟିଏ ପଟେ କଳାକାରଙ୍କ ଦ୍ବାରା ସୁମଧୁର ସଙ୍ଗୀତ ପରିବେଷଣ ହେଉଥିବା ବେଳେ ଏପଟେ ବିଦେଶୀ ଅତିଥିମାନେ ରାତ୍ରି ଭୋଜନ କରୁଥିଲେ । ଏହି ନୈଶ୍ୟ ଭୋଜନ ଲାଗି ପ୍ରସ୍ତୁତ ହୋଇଥିଲା 500 ପ୍ରକାର ବ୍ୟଞ୍ଜନ । ଏଥିରେ ଓଡ଼ିଶା ସ୍ପେଶାଲ୍‌ ଦହିବରା ଓ କେଶର ପିସ୍ତା ରସମଲାଇକୁ ମଧ୍ୟ ଡିନର ମେନ୍ୟୁରେ ସ୍ଥାନିତ କରାଯାଇଥିଲା ।      

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.