G20 Craft Exhibition: ବିଶ୍ବ ଦରବାରରେ ପହଞ୍ଚିଲା ଭାରତୀୟ କଳା ସଂସ୍କୃତି, ଜିନିଷ କିଣି ଏହା ଥିଲା ବିଦେଶୀ ଅତିଥିଙ୍କ ପ୍ରତିକ୍ରିୟା - ବିଶ୍ବ ଦରବାରରେ ପହଞ୍ଚିଲା ଭାରତୀୟ କଳା ସଂସ୍କୃତି
🎬 Watch Now: Feature Video
Published : Sep 10, 2023, 4:33 PM IST
|Updated : Sep 10, 2023, 5:21 PM IST
ନୂଆଦିଲ୍ଲୀ: ସଫଳ ହେଲା ଜି-20 ସମ୍ମିଳନୀ ଲାଗି ଭାରତ ମଣ୍ଡପମରେ ଆୟୋଜିତ ଭାରତୀୟ ସଂସ୍କୃତି ପ୍ରଦର୍ଶନୀ । ବିଶ୍ବ ଦରବାରରେ ପହଞ୍ଚିଲା ଭାରତୀୟ କଳା, କାରିଗରୀ, ସଂସ୍କୃତି ଓ ଐତିହ୍ୟ । ବିଦେଶୀ ଅତିଥିମାନେ ପ୍ରଦର୍ଶନୀ ବୁଲି ଦେଶର କଳା, ସଂସ୍କୃତି ସହିତ ଜଡ଼ିତ ଥିବା ଜିନିଷ ପଦାର୍ଥ କିଣିବା ସହ ଏ ସମ୍ପର୍କରେ ଅବଗତ ହୋଇଛନ୍ତି । ଏହି ଘରୋଇ ଉପକରଣ ତିଆରି କରିବା ସହ ମହିଳାମାନେ କିପରି ଦେଶର କଳା, ସଂସ୍କୃତିକୁ ଜୀବିତ କରି ରଖିଛନ୍ତି ତାହାକୁ ବିଦେଶୀ ଅତିଥିମାନେ ବେଶ ପ୍ରଶଂସା କରିଛନ୍ତି । ଏହି ଦିଗରେ ମହିଳାମାନଙ୍କ ଅବଦାନକୁ ସେମାନେ ବେଶ ପ୍ରଶଂସା କରିଛନ୍ତି । ଭାରତର ସମୃଦ୍ଧ କଳା, ସଂସ୍କୃତି ସହ ପରିଚିତ ହୋଇ ବିଦେଶୀ ଅତିଥିମାନେ ଖୁସିବ୍ୟକ୍ତ କରିଛନ୍ତି । ପ୍ରଦର୍ଶନୀ ବୁଲିବା ସହ ନିଜ ନିଜ ଦେଶକୁ ଭାରତୀୟ ସାମଗ୍ରୀ କିଣି ନେଇ ଯାଉଥିବା ମଧ୍ୟ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ