ବିପ୍ଲବୀ ଧରଣୀଧର ଜୟନ୍ତୀ ପାଳିତ, ଜନ୍ମସ୍ଥାନ କୁସୁମିତା ହେବ ଆଦର୍ଶ ଗ୍ରାମ - ବିପ୍ଲବୀ ଧରଣୀଧର ଜୟନ୍ତୀ ପାଳିତ
🎬 Watch Now: Feature Video
କେନ୍ଦୁଝର: ମହାନ ବିପ୍ଲବୀ ଧରଣୀଧର ନାଏକଙ୍କ ୧୫୯ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସାରା ଜିଲ୍ଲାରେ ପ୍ରଶାସନ, ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କ ଜନ୍ମ ଜୟନ୍ତୀକୁ ମହାଡମ୍ବରରେ ପାଳନ କରାଯାଇଛି । ଏହି ଜନ୍ମ ଜୟନ୍ତୀ ଅବସରରେ ଧରଣୀଧରଙ୍କ ଜନ୍ମ ମାଟି କୁସୁମିତାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧକ୍ଷତାରେ ପାଳିତ ଏହି ଜୟନ୍ତୀରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ ଧରଣୀଧର ଜିଲ୍ଲା ତଥା ରାଜ୍ୟ ପାଇଁ ସ୍ୱାଭିମାନର ପ୍ରତୀକ ଭାବେ ପ୍ରକାଶ କରିଥିଲେ ।
ଏହା ସହ ତାଙ୍କ ଜନ୍ମ ମାଟି କୁସୁମିତା ଗ୍ରାମକୁ ଆଦର୍ଶ ଗ୍ରାମ କରାଯିବ ବୋଲି ଘୋଷଣା କରିଥିଲେ । ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ରାଇସୁଆଁ କୁସୁମିତା ରାସ୍ତାକୁ ବିପ୍ଲବୀ ଧରଣୀଧର ମାର୍ଗ ଭାବେ ନାମିତ କରାଗଲା । ଉକ୍ତ ଗ୍ରାମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଧରଣୀଧରଙ୍କ ଜୀବନାଦର୍ଶ ପ୍ରଚାରପ୍ରସାର ପାଇଁ ତାଙ୍କୁ ଧରଣୀଧର ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ଅନୁଷ୍ଠାନ, ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠି, ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ସହ ବହୁ ଜିଲ୍ଲା ସ୍ଥରୀୟ ଅଧିକାରୀ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ, କେନ୍ଦୁଝର