WATCH VIDEO: ନୀଳ ଜଳରାଶିରେ ଡଲଫିନଙ୍କ ଚିତ୍ତାକର୍ଷକ ଦୃଶ୍ୟ, ଦଳଦଳ ହୋଇ କରୁଛନ୍ତି ସନ୍ତରଣ - ଭତୟେ ବିଚ୍‌

🎬 Watch Now: Feature Video

thumbnail

By

Published : Nov 13, 2022, 5:03 PM IST

Updated : Feb 3, 2023, 8:32 PM IST

ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ନିକଟ ଭତୟେ ବିଚ୍‌ ନିକଟରେ (Bhatye Sea near Ratnagiri) ଆକର୍ଷଣୀୟ ଦୃଶ୍ୟ । ଏକା ସାଙ୍ଗରେ ଦଳେ ଡଲଫିନ ସମୁଦ୍ରର ନୀଳ ଜଳରାଶିରେ ପହଁରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକି ପର୍ଯ୍ୟଟକଙ୍କ ଖୁସିକୁ ଦ୍ବିଗୁଣିତ କରିଛି । ରତ୍ନଗିରିର ଜଣାଶୁଣା ଫଟୋଗ୍ରାଫର ସୁପ୍ରିୟାନ୍ତୋ ଖାୱଲେ (photographer Supriyanto Khawle)ଙ୍କ କ୍ୟାମେରାରେ ଏହି ଚିତ୍ତାକର୍ଷକ ଦୃଶ୍ୟ କଏଦ ହୋଇଛି । ଫଟୋଗ୍ରାଫର ସୁପ୍ରିୟାନ୍ତୋ ଡ୍ରୋନ କ୍ୟାମେରାରେ ଏହି ଦୃଶ୍ୟକୁ କଏଦ କରିଛନ୍ତି । ଏହି ଭିଡ଼ିଓରେ ଡଲଫିନମାନେ ମୁକ୍ତ ଭାବେ ସମୁଦ୍ରରୁ ବାହାରି ପୁଣି ଡୁବକି ମାରୁଛନ୍ତି । ସମୁଦ୍ରର ଏହି ଭାଗରେ ଡଲଫିନମାନେ ନିଜକୁ ସୁରକ୍ଷିତ ମଣୁଥିବା ଜଣାପଡ଼ିଛି । ଯାହାଦ୍ବାରା ଧୀରେଧୀରେ ରତ୍ନଗିରି ନିକଟ ଏହି ସମୁଦ୍ରକୂଳରେ ଡଲଫିନଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସମୁଦ୍ରର ଏହି ଭାଗରେ ଅଧିକାଂଶ ସମୟ ଡଲଫିନଙ୍କୁ ଦେଖିବାକୁ ମିଳିଛି, ଯାହାଦ୍ବାରା ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ।
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.